Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରାଜଧାନୀର ବିଭିନ୍ନ ଡ୍ୟାନ୍ସ ବାର୍‌ରେ ରେଡ୍‌

    Share on :
    ajab-Image
    Date: Mar 19, 2023    Views: 3297

    ଭୁବନେଶ୍ଵର : ଆକ୍ସନରେ କମିଶନରେଟ୍‌ ପୋଲିସ । ରାଜଧାନୀର ବିଭିନ୍ନ ବାର୍ ଓ ନାଇଟ କ୍ଳବ୍‌ରେ ଚଢ଼ାଉ। କଟକ ରୋଡ ସ୍ଥିତ ହୋଟେଲ ଦିପାଲି, ବାର୍ବି, କିପ ଇଟ ଅପ୍, ରସୁଲଗଡ ସ୍ଥିତ ହୋଟେଲ ଉର୍ମି ଉପରେ ଚଢାଉ କରାଯାଇଛି।
    ଖବର ଅନୁଯାୟୀ, ବିଳମ୍ବିତ ରାତି ପର୍ୟ୍ୟନ୍ତ ଚାଲୁଥିଲା ବାର୍ ।  ଖାସ୍‌ କରି ନିୟମ ମାନୁନଥିବା ବାର୍ ଗୁଡ଼ିକ ଉପରେ ଏହି ଚଢ଼ାଉ କରାଯାଇଛି। ଏହି ଚଢାଉରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସହ ଟିମ୍ ୬୦ ଓ ପିଓପିଡି ଅଧିକାରୀମାନେ ସାମିଲ ହୋଇଥିଲେ । ସେଫ୍ ସିଟି ଡ୍ରାଇଭ୍ ଅଭିଯାନ ଆଧାରରେ ଏହି ରେଡ କରିଛି ପୋଲିସ୍ । ରେଡ୍‌ ବେଳେ ବାର ଗୁଡ଼ିକରେ ଯେଉଁ ଗ୍ରାହକମାନେ ଥିଲେ ସେମାନଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। 

    Maximum 500 characters

    ତାଜା ଖବର View all

    Find Us on Facebook