Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମହାରାଷ୍ଟ୍ରର ସର୍ବକନିଷ୍ଠ ବାଚସ୍ପତି ନର୍ବେକର

    Share on :
    ajab-Image
    Date: Jul 4, 2022    Views: 5347

    ବିଜେପି ବିଧାୟକ ରାହୁଲ ନର୍ବେକର ମହାରାଷ୍ଟ୍ର ବିଧାନସଭାର ନୂଆ ବାଚସ୍ପତି ଭାବେ ଆଜି ଦାୟିତ୍ୱ ନେଇଛନ୍ତି । ନର୍ବେକର ଏନ୍ସିପ ନେତା ରାମରାଜ ନାଏକଙ୍କ ଜ୍ୱାଇଁ । ୪୫ ବର୍ଷୀୟ ନର୍ବେକର ମହାରାଷ୍ଟ୍ରର ସର୍ବ କନିଷ୍ଠ ବାଚସ୍ପତି । ଏପରିକି ସେ ଦେଶରେ ସର୍ବ କନିଷ୍ଠ ବାଚସ୍ପତି ହୋଇଥାଇପାରନ୍ତି ବୋଲି ବୋଲି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ କହିଛନ୍ତି । ମୁମ୍ବାଇର କୋଲାବା ବିଧାୟକ ନର୍ବେକର ପୂର୍ବରୁ ଶିବସେନା ଏବଂ ଏନସିପି ସହ ଜଡିତ ଥିଲେ । ସେ ଯୁବଶାଖାର ମୁଖପାତ୍ର ଥିଲେ । ସେ ଏକ ରାଜନୈତିକ ପରିବାରରୁ ଆସିଛନ୍ତି । ତାଙ୍କ ବାପା ଜଣେ କାଉନସିଲର ଥିଲେ । ୨୦୧୪ରେ ରାହୁଲ  ଶିବସେନାରେ ଥିଲେ । ସେ ସମୟରେ ସେ ଲୋକସଭା ନିର୍ବାଚନ ଲଢିବାକୁ ଚାହିଁଥିଲେ । କିନ୍ତୁ ତାଙ୍କୁ ଟିକେଟ ମିଳି ନଥିଲା । ଏହାପରେ ସେ ଶିବସେନା ଛାଡି ଏନସିପିରେ ମିଶିଥିଲେ । ଏନସିପି ତାଙ୍କୁ ମଭଲ ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା । କିନ୍ତୁ ସେ ହାରିଥିଲେ । ଏହାପରେ ବିଜେପିରେ ଯୋଗ ଦେଲେ । ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲୋ 

    Maximum 500 characters

    ରାଜନୀତି View all

    Find Us on Facebook