ମୁଖ୍ୟ ଖବର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରୋକ୍ଷରେ ପନୌତି କହି ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ବିଶ୍ୱକପ ଫାଇନାଲରେ ଭାରତ ହାରିବା ପାଇଁ ମଧ୍ୟ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦାୟୀ କରିଛନ୍ତି। ରବିବାର ବିଶ୍ୱକପ ଫାଇନାଲରେ ଅପରାଜେୟ ଭାରତ ଆଶ୍ଚର୍ୟ୍ୟଜନକ ଭାବେ ଅଷ୍ଟ୍ରେଲିଆ ଠାରୁ ୬ ୱିକେଟରେ ହାରିଥିଲା।
ଉକ୍ତ ମ୍ୟାଚ୍ର ଦ୍ୱିତୀୟ ଇନିଂସରେ ପ୍ରଧାମନ୍ତ୍ରୀ ମୋଦି ଷ୍ଟାଡିୟମରେ ପହଞ୍ଚିଥିଲେ। ଭାରତ ଚଳିତ ବିଶ୍ୱକପରେ ଲଗାତାର ୧୦ ମ୍ୟାଚ୍ ଜିତିଥିବା ବେଳେ ଫାଇନାଲରେ ହାରିବା ସମସ୍ତଙ୍କୁ ସ୍ତବ୍ଧ କରିଛି। ଏହାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ରାହୁଲ ଗାନ୍ଧି ନିଜର ରାଜନୀତିକ ସଭାରେ ମୋଦିଙ୍କୁ ଏଥିପାଇଁ ପରୋକ୍ଷରେ ଦାୟୀ କରିଛନ୍ତି। ରାଜସ୍ଥାନର ଜାଲୋରେ ଠାରେ ଆୟୋଜିତ ଏକ ନିର୍ବାଚନ ରାଲିରେ ରାହୁଲ ଗାନ୍ଧି ଯୋଗ ଦେଇଥିଲେ। ଏହି ସମୟରେ ଫାଇନାଲ ମ୍ୟାଚ୍ କଥା ଉଠିଥିଲା। ଏତିକି ବେଳେ ଭିଡ଼ ଭିତରୁ ଜଣେ କେହି ପନୌତି, ପନୌତି କହି ଚିତ୍କାର କରିଥିଲେ। ପନୌତିମାନେ ଅଶୁଭ।
ଏହା ଶୁଣି ରାହୁଲ ଗାନ୍ଧି ସ୍ମିଥ ହାସ୍ୟ ଦେଇଥିଲେ ଓ କହିଥିଲେ, “ହଁ, ପନୌତି, ପନୌତି। ଆମ ପିଲାମାନେ ବେଶ ଆରାମରେ ବିଶ୍ୱକପ ଜିତି ଯାଇଥାଆନ୍ତେ, କିନ୍ତୁ ସେଠାରେ ପନୌତି ହରାଇ ଦେଲା। ଟିଭିବାଲା ଏହା କେବେ ହେଲେ କହିବେ ନାହିଁ। ହେଲେ ସାଧାରଣ ଜନତା ସବୁ ଜାଣିଛନ୍ତି।”
ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ଧରି ନାହାନ୍ତି। କିନ୍ତୁ ସେ ଫାଇନାଲ ଦିନ ଷ୍ଟାଡିୟମରେ ଉପସ୍ଥିତି ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ପନୌତି ଶବ୍ଦର ବ୍ୟବହାର କରିଥିବା ସ୍ପଷ୍ଟ ଭାବେ ଜଣାପଡ଼ୁଛି।
Comments ସମସ୍ତ ମତାମତ