Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପ୍ରଧାନମନ୍ତ୍ରୀ ନିଜେ ବହୁତ ଚିନ୍ତିତ ଓ ନର୍ଭସ୍‌ ଅଛନ୍ତି:ରାହୁଲ

    Share on :
    ajab-Image
    Date: Mar 12, 2026    Views: 2798

    ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରନ୍ଧନ ଗ୍ୟାସ୍ ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ, ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ସେ ନିଜେ ବହୁତ ଚିନ୍ତିତ ଓ ନର୍ଭସ୍‌ ଅଛନ୍ତି। କଂଗ୍ରେସ ସାଂସଦ କହିଛନ୍ତି, ପ୍ରଧାନମନ୍ତ୍ରୀ ବିଭିନ୍ନ କାରଣରୁ ନର୍ଭସ୍‌। ଯେଉଁ କାରଣରୁ ସେ କାର୍ୟ୍ୟରେ ଅଂଶଗ୍ରହଣ କରିବାକୁ ଗୃହକୁ ଆସୁନାହାନ୍ତି। ଗୁରୁବାର ଦିନ ଗୃହ ପରିସରରେ ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ରାହୁଲ ଗାନ୍ଧୀ କହିଛନ୍ତି, ଆଦାନୀ ମାମଲା, ଏପଷ୍ଟାଇନ ଯୋଗୁଁ ସେ ନର୍ଭସ୍ ହୋଇଯାଇଛନ୍ତି। ତେଣୁ ସେ ଗୃହ ଭିତରକୁ ଆସୁନାହାଁନ୍ତି। ସେ ନିଜେ ନର୍ଭସ୍ ହୋଇ ଦେଶକୁ ଭୟଭୀତ ନ ହେବାକୁ କହୁଛନ୍ତି।

    ଗ୍ୟାସ୍ ସିଲିଣ୍ଡର ଅଭାବକୁ ନେଇ ବିରୋଧୀ ସାଂସଦମାନେ ସଂସଦରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦେଶବ୍ୟାପୀ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡରର ଅଭାବ ରିପୋର୍ଟକୁ ନେଇ ସଂସଦରେ ବିରୋଧ ପ୍ରଦର୍ଶନ କରୁଥିବା ବିରୋଧୀ ନେତାମାନଙ୍କ ସହିତ ରାହୁଲ ଗାନ୍ଧୀ ଯୋଗ ଦେଇଥିଲେ। ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁଁ ରନ୍ଧନ ଗ୍ୟାସ୍‌ର ଅଭାବ ମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଲୋକମାନଙ୍କୁ ଭୟଭୀତ ନ ହେବାକୁ ଅନୁରୋଧ କରି ଜନସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ସେମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ, ମୁଁ ଲୋକମାନଙ୍କୁ ନିବେଦନ କରିବାକୁ ଚାହୁଁଛି ଯେ, ଆମେ କେବଳ ସଠିକ୍ ଏବଂ ଯାଞ୍ଚ୍ କରାଯାଇଥିବା ସୂଚନା ପ୍ରସାର କରିବା ଉଚିତ। ଗୁଜବଠାରୁ ଦୂରେଇ ରହିବା ଉଚିତ।

    ପ୍ରଧାନମନ୍ତ୍ରୀ କହିଥିଲେ, ଏହି ସଂଘର୍ଷ ସମଗ୍ର ବିଶ୍ୱର ଶକ୍ତି ଯୋଗାଣ ଶୃଙ୍ଖଳକୁ ପ୍ରଭାବିତ କରିଛି। କୋଭିଡ୍ ମହାମାରୀ ସମୟରେ, ୧୪୦ କୋଟି ଭାରତୀୟ ବିଶ୍ୱକୁ ଦେଖାଇଥିଲେ ଯେ, ଆମ ଦେଶ କେତେ ପରିପକ୍ୱ। ମୁଁ ନିଶ୍ଚିତ ଏକ ରାଷ୍ଟ୍ର ଭାବରେ, ଆମେ ପ୍ରତ୍ୟେକ ପରିସ୍ଥିତିର ସଫଳତାର ସହିତ ମୁକାବିଲା କରିବା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook