ମୁଖ୍ୟ ଖବର
'ଆମେ ଜାଣିଛୁ, ଭୋଟ ଚୋରି ନେଇ ହେଉଥିବା ଆନ୍ଦୋଳନ ଯୋଗୁ ଆପଣ ରାତିରେ ଶୋଇ ପାରୁ ନାହାନ୍ତି। କିନ୍ତୁ ଆମେ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛୁ ଯେ ଏହି ଆନ୍ଦୋଳନ ଆପଣଙ୍କ ଇସ୍ତଫାକୁ ସୁନିଶ୍ଚିତ କରିବ।' ଆଜି ଏଭଳି କିଛି କହି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି।ସେ ଅଭିଯୋଗ କରିଛନ୍ତି ଯେ ନରେନ୍ଦ୍ର ମୋଦି ସରକାର ମୁଖ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ସୁରକ୍ଷା ଦେଉଛନ୍ତି। ଦିଲ୍ଲୀରେ ଯେଉଁ ଭଳି ଭାବେ ପୁଲିସ ମୁତୟନ କରାଯାଇଛି, ସେଥିରୁ ଏହା ପ୍ରମାଣିତ ହୋଇଛି ଯେ ସରକାର ତାଙ୍କୁ ସୁରକ୍ଷା ଦେଉଛନ୍ତି।
ରାହୁଲ କହିଛନ୍ତି, ଆମ ରଣନୀତି ପୂରା ଭିନ୍ନ। ଆମେ ଚାହୁଁଛୁ ପୁଲିସ ଅର୍ଡର ରହୁ। ଆମେ ଚାହୁଁଛୁ, ପୂରା ଦେଶ ଜାଣୁ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଇସି ଜ୍ଞାନେଶ କୁମାରଙ୍କୁ ସୁରକ୍ଷା ଦେଉଛନ୍ତି। ଆମେ ଚାହୁଁ ରାସ୍ତାରେ ୨୦ ରୁ ୩୦ ହଜାର ସୁରକ୍ଷାକର୍ମୀ ମୁତୟନ ହୋଇ ରୁହନ୍ତୁ। ଆଉ ସେମାନେ ସେଭଳି ବାର୍ତ୍ତା ଦେଉଛନ୍ତ।
ଗତ ୧୦/୧୨ ବର୍ଷ ହେଲାଣି ନିର୍ବାଚନ କମିଶନଙ୍କୁ ବିରୋଧ ହୋଇ ଆସୁଥିଲା। କିନ୍ତୁ ଏବେ ଏହା ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହା ସହିତ କାହିଁକି ଦିଲ୍ଲୀରେ ଲୋକଙ୍କୁ ଆନ୍ଦୋଳନ କରିବାକୁ ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ। ଆଗକୁ ଏ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି।
Comments ସମସ୍ତ ମତାମତ