Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବ୍ୟାରିକେଡ୍ ଉପରେ ଚଢି ଆକାଶବାଣୀ ଭବନରେ ପଶିଲେ ରାହୁଲ

    Share on :
    ajab-Image
    Date: Oct 6, 2026    Views: 2947

    ନୂଆଦିଲ୍ଲୀ:  ବିରୋଧି ସାଂସଦଙ୍କ ‘ସେଭ ଡେମୋକ୍ରାସି’ ମାର୍ଚ୍ଚ ମଙ୍ଗଳବାର ସକାଳେ ସଂସଦ ଭବନରୁ ଆରମ୍ଭ ହୋଇଥିଲା। ନିର୍ବାଚନ ସଦନ (ଇସିଆଇ) ମୁଖ୍ୟାଳୟ ଆଡକୁ ବଢିଥିଲା, କିନ୍ତୁ ଦିଲ୍ଳୀ ପୋଲିସ ରାସ୍ତାରେ ବ୍ୟାରିକେଡ୍ କରି ପଦଯାତ୍ରାକୁ ରୋକିଥିଲା। ରୋକିବା ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ  ଦିଲ୍ଲୀ ପୋଲିସକୁ କରିଥିଲେ ନାକେଦମ୍। ବ୍ୟାରିକେଡ ଉପରେ ଚଢି ଯାଇଥିଲେ। ତ୍ରିରଙ୍ଗା ଧରି ପୋଲିସକୁ ଚକମା ଦେଇ ଆକାଶବାଣୀ ଭବନ ଭିତରେ ପଶି ଯାଇଥିଲେ।
    ଏହି ପଦଯାତ୍ରାର ମୁଖ୍ୟ ପ୍ରସଙ୍ଗ ହେଉଛି ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା। ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ସ୍ପେଶାଲ ଇନଟେନସିଭ ରିଭିଜନ୍( SIR) ପ୍ରକ୍ରିୟା ଭୋଟର ତାଲିକାରୁ ବ୍ୟାପକ ଭାବରେ ବାଦ ଦିଆଯାଇଛି ଏବଂ ଫର୍ମ ୬ ରେ ପରିବର୍ତ୍ତନ କରାଯାଇଛି, ଯାହା ‘ଭୋଟ ଚୋରି’ ହେବାର ଆଶଙ୍କା ସୃଷ୍ଟି କରିଛି। ସୁପ୍ରିମକୋର୍ଟ ସୋମବାର ଟିପ୍ପଣୀ ଦେଇଛନ୍ତି ସେ ଫର୍ମ-୬ରେ କୌଣସି ସଂଶୋଧିତ ସଂସ୍କରଣକୁ ମଞ୍ଜୁର କରିନାହାନ୍ତି ଓ ରେକର୍ଡ ଯାଞ୍ଚର ପରିବର୍ତ୍ତନ କିଏ ଏବଂ କିପରି କରିଛନ୍ତି। ଏହାକୁ ନେଇ ବିରୋଧିମାନେ ସିଇସିଙ୍କ ଇସ୍ତଫା ଦାବି ଜୋରଦାର କରିଛନ୍ତି।

    ନୀତି ଆୟୋଗ ଏବଂ ଆକାଶବାଣୀ ଭବନ ମଧ୍ୟରେ ପାର୍ଲାମେଣ୍ଟ ଷ୍ଟ୍ରିଟରେ ପୋଲିସ କଡ଼ା ବ୍ୟାରିକେଡ୍ ଲଗାଇଥିଲା। ପଦଯାତ୍ରା ବନ୍ଦ ହେବା ପରେ, ରାହୁଲ ଗାନ୍ଧୀ ରାସ୍ତାରେ ବସିଥିଲେ, ତା’ପରେ ହଠାତ୍ ବ୍ୟାରିକେଡରେ ଚଢ଼ି ତ୍ରିରଙ୍ଗା ହଲାଇ ତା’ ଉପରେ ଠିଆ ହୋଇଥିଲେ। ଅନେକ ଯୁବ ସାଂସଦ ତାଙ୍କ ପଛେ ପଛେ ଯାଇଥିଲେ। ଏହି ସମୟରେ, ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ଲେଖିଥିଲେ, ‘ଜ୍ଞାନେଶ, ଇଟସ୍ ଡନ୍ ବ୍ରୋ... ଟାଇମ୍ ଟୁ ରିଜାଇନ୍ (ଜ୍ଞାନେଶ,ସବୁ ହୋଇଗଲା ଭାଇ, ଏବେ ଇସ୍ତଫା ଦେବାର ସମୟ) ବିରୋଧୀ ନେତାମାନେ ମଧ୍ୟ ସିଇସିଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ, ଯେପରିକି ‘ଭୋଟ୍ ଚୋର, ଗାଦି ଛାଡ’ ଭଳି ନାରାବାଜି କରିଥିଲେ।

    ନିର୍ବାଚନ କମିଶନ ମୁଖ୍ୟାଳୟ ଆକାଶବାଣୀ ଭବନଠାରୁ ପ୍ରାୟ ୨୭୦ ମିଟର ଦୂରରେ ଅବସ୍ଥିତ। ବିରୋଧୀ ଦଳ କହିଛନ୍ତି ଯେ ସେମାନେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିବାକୁ ଚାହୁଁଥିଲେ, କିନ୍ତୁ ପ୍ରବଳ ପୋଲିସ ମୁତୟନ ଏବଂ ବ୍ୟାରିକେଡିଂ ବ୍ୟବସ୍ଥା ପରିସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ କରିଦେଇଛି। ବର୍ତ୍ତମାନ, ଦିଲ୍ଲୀ ପୋଲିସ ସମସ୍ତ ବିରୋଧୀ ନେତାଙ୍କୁ ଅଟକ ରଖିବାକୁ ଚାହୁଁଛି, କିନ୍ତୁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ଅନେକ ବରିଷ୍ଠ କଂଗ୍ରେସ ନେତା ଆକାଶବାଣୀ ଭବନ ଭିତରେ ଏକ ଗଛ ତଳେ ବସିଛନ୍ତି।

    ଇସିଆଇଙ୍କ ଏସଆଇଆର ପକ୍ରିୟା ଜୁନ୍ ୨୦୨୫ ରେ ବିହାରରୁ ଆରମ୍ଭ ହୋଇଥିଲା ଓ ପରେ ୩୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବ୍ୟାପିଥିଲା। ସୂଚନା ଅନୁସାରେ, ଡ୍ରାଫ୍ଟ ମତଦାତାଙ୍କ ସୂଚୀରୁ ୧୩ କୋଟିରୁ ଅଧିକ ନାଁ ଏଏସ୍‌ଡିଡି (ଅନୁପସ୍ଥିତ, ସ୍ଥାନାନ୍ତରିତ, ମୃତ, ଡୁପଲିକେଟ୍) କାଟାଗୋରୀରେ ପକାଯାଇଥିଲା। ବିରୋଧି ଏହାକୁ ବହୁ ପରିମାଣରେ ନାଁ କାଟ୍ ବୋଲି କହିଛନ୍ତି, ସେଭଳି ନିର୍ବାଚନ କମିଶନ୍ କହିଛନ୍ତି, ଏହା ଅନ୍ତିମ ସୂଚନୀ ନୁହେଁ। ବାଦ୍ ପଡିଥିବା ମତଦାତାଙ୍କ ପାଇଁ ବିଶେଷ ଡ୍ରାଇଭ ଚଳାଯାଉଛି। ଏହି ବିବାଦ ମଧ୍ୟରେ, ବିରୋଧୀ ଦଳ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଉପରେ ବିଶ୍ୱାସ ହରାଇବାର ଅଭିଯୋଗ ଆଣି ତାଙ୍କ ଇସ୍ତଫା ଦାବି କରିଥିଲେ। ମମତା ବାନାର୍ଜୀ କହିଛନ୍ତି ଯେ ମୁଖ୍ୟ ନିର୍ବାଚନ କମିଶନର ଇସ୍ତଫା ନ ଦେବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook