Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଡ୍ରାଇଭର ସଂଘକୁ ଧନ୍ୟବାଦ: ରାହୁଲ

    Share on :
    ajab-Image
    Date: Jul 11, 2025    Views: 2977

    ଭୁବନେଶ୍ୱର: ରାଜଧାନୀରେ ଆୟୋଜିତ ସମ୍ବିଧାନ ବଞ୍ଚାୟ ମହାସମାବେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯୋଗଦେଇ ନିଜର ଉଦବୋଧନ ରଖିବା ସହ ରାଜ୍ୟରେ ଗତ ୪ ଦିନ ଆନେ୍ଦାଳନ କରୁଥିବା ଡ୍ରାଇଭର ସଂଘକୁ ଧନ୍ୟବାଦ ଜଣାଇଛନ୍ତି । 
    ଡ୍ରାଇଭର ଆନେ୍ଦାଳନ ପ୍ରସଙ୍ଗ ଉଠାଇ ରାହୁଲ ରାଜ୍ୟ ସରକାରଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି । ସେ କହିଛନ୍ତି ଯେ ଡ୍ରାଇଭର ସଂଘ ଉପରେ ଚାପ ପକାଯାଇଥିଲା ।  ସମ୍ବିଧାନ ବଞ୍ଚାଅ ସମାବେଶକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଇଥିଲା । କିନ୍ତୁ ଡ୍ରାଇଭର ସଂଘ ସେମାନଙ୍କ କଥାକୁ ଶୁଣିଲେନି । ଏଥିପାଇଁ ଡ୍ରାଇଭର ମହାସଂଘକୁ ହୃଦୟରୁ ଧନ୍ୟବାଦ ଜଣାଉଛି । ରାଜ୍ୟ ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିବା ଉଚିତ  ବୋଲି ରାହୁଲ ଗାନ୍ଧୀ କହିଛନ୍ତି । 
    ପ୍ରଥମେ କଂଗ୍ରେସ କର୍ମକର୍ତ୍ତାଙ୍କ ମୁଡ କେମିତି ଅଛି ବୋଲି ରାହୁଲ ପଚାରିଥିଲେ । କଂଗ୍ରେସ କର୍ମକର୍ତ୍ତାଙ୍କୁ ପ୍ରଶଂସା ବି କଲେ । 
    ଆଉ ତା’ପରେ ସିଧା ସିଧା ବିଜେପି ସରକାର ଉପରେ ଆକ୍ରମଣ କରିଥିଲେ । ଆଉ କହିଥିଲେ ସରକାର ଗରିବଙ୍କୁ ଲୁଟୁଛନ୍ତି । ଏହାଛଡ଼ା ସେ କହିଥିଲେ ଯେ ବିଜେପି ପୂରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି । ବିହାରରେ ନିର୍ବାଚନ ଚୋରି ପାଇଁ ଉଦ୍ୟମ ହେଉଛି । 
    ମହାରାଷ୍ଟ୍ରରେ ନୂଆ ୧ ଲକ୍ଷ ଭୋଟର କିପରି ଆସିଲେ । ମହାରାଷ୍ଟ୍ର ଭଳି ବିହାରରେ ବି ନିର୍ବାଚନ ଚୋରି ପାଇଁ ଉଦ୍ୟମ ଚାଲିଛି ।  ଜଳ, ଜଙ୍ଗଲ ଓ ଜମି ଆଦିବାସୀଙ୍କର ଅଛି ଓ ରହିବ । ଏଠାରେ  ବିନା ପଚାରି ଆଦିବାସୀଙ୍କୁ ସେମାନଙ୍କ ଜମିରୁ ହଟାଯାଉଛି ।

    ବିକାଶ ଓଡ଼ିଶାର ଜନତାଙ୍କ ପାଇଁ କରିବା ଉଚିତ । ପେଶା ଆଇନ ଲାଗୁ ହେଉନି, କିନ୍ତୁ ଆମେ ଏହାକୁ ଲାଗୁ କରିବୁ । ଏଠାରେ ରାଜ୍ୟ ସରକାର ଜଙ୍ଗଲ, ଜମିରୁ ଆପଣଙ୍କୁ ହଟାଉଛି । 

    ନିର୍ଯାତିତ ଲୋକଙ୍କ ପାଇଁ କଂଗ୍ରେସ ଠିଆ ହୋଇ ରହିବ । କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମୋଦୀ ଫସଲ ବୀମା ଯୋଜନା ଲାଗୁ କରିଥିଲେ ।  ଏଥିପାଇଁ ମୋଦୀ ଆପଣଙ୍କ ଠାରୁ ଟଙ୍କା ନେଲେ କିନ୍ତୁ ଚାଷୀଙ୍କୁ କ୍ଷତିପୂରଣ ମିଳୁନି । ଏହି ଅବସରରେ ସେ ରଥଯାତ୍ରା ଅଘଟଣକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆଦାନୀ ପାଇଁ ରଥକୁ ରୋକାଯାଉଛି ବୋଲି ରାହୁଲ କହିଛନ୍ତି । ଏହା ଆପଣମାନଙ୍କ ସରକାର ନୁହେଁ, ଏହା ଆଦାନୀ ଭଳି ଉଦ୍ୟୋଗପତିଙ୍କ ସରକାର । 
    ଏହାଛଡ଼ା ସେ କହିଛନ୍ତି ଯେ ଓଡ଼ିଶାରେ ୪୦ ହଜାରରୁ ଊଦ୍ଧ୍ୱର୍ ମହିଳା ଗାଏବ ହୋଇଛନ୍ତି । ଏମାନେ କୁଆଡେ଼ ଗଲେ କେହି ଜାଣନ୍ତି ନାହିଁ ।

    Maximum 500 characters

    ତାଜା ଖବର View all

    Find Us on Facebook