Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆମ କର୍ମୀମାନେ ହିଁ ଓଡ଼ିଶାର ରକ୍ଷା କରୁଛନ୍ତି :ରାହୁଲ ଗାନ୍ଧୀ

    Share on :
    ajab-Image
    Date: Jul 11, 2025    Views: 3222

    ଭୁବନେଶ୍ୱର: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ଓଡ଼ିଶାରେ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି | କଂଗ୍ରେସ ପକ୍ଷରୁ ବରମୁଣ୍ଡା ପଡ଼ିଆରେ ଆୟୋଜିତ ‘ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ ମହାସମାବେଶରେ ସେ ଯୋଗ ଦେଇ କହିଥିଲେ ଯେ ଆମ କର୍ମୀମାନେ ହିଁ ଓଡ଼ିଶାର ରକ୍ଷା କରୁଛନ୍ତି | ବର୍ତ୍ତମାନର ସରକାର ଓଡ଼ିଶାର ଗରିବ ଲୋକଙ୍କର ସମ୍ପତ୍ତି ଲୁଟିବାରେ ଲାଗିଛନ୍ତି | ରାହୁଲ କହିଛନ୍ତି ଯେ ବିଜେପି ପୁରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି | ସେ କହିଛନ୍ତି ଯେ ବିହାରରେ ନିର୍ବାଚନ ଚୋରି କରିବାକୁ ଉଦ୍ୟମ ଚାଲିଛି | ମହାରାଷ୍ଟ୍ରରେ ୧ ଲକ୍ଷ ନୂଆ ଭୋଟର୍ କିପରି ଆସିଲେ ବୋଲି ସେ ପ୍ରଶ୍ନ କରିଛନ୍ତି | ସେ କହିଛନ୍ତି ଯେ ମହାରାଷ୍ଟ୍ର ଭଳି ଏବେ ବିହାରରେ ବି ନିର୍ବାଚନ ଚୋରି ଉଦ୍ୟମ ଚାଲିଛି | ଓଡ଼ିଶାରେ ୫ରୁ ୬ଟି କମ୍ପାନୀକୁ ସମସ୍ତ ସମ୍ପତ୍ତି ଟେକିଦିଆଯାଉଛି | ସେ କହିଛନ୍ତି ଯେ ସବୁବେଳେ ଜଳ, ଜମି ଓ ଜଙ୍ଗଲ ଆଦିବାସୀଙ୍କର | ଆଦିବାସୀଙ୍କୁ କିନ୍ତୁ ଜମିପଟ୍ଟା ଦିଆଯାଉନାହିଁ | ଆଦିବାସୀଙ୍କ ପାଇଁ ପେସା ଆଇନ ଲାଗୁକରାଯାଇନାହିଁ | ରାହୁଲ କହିଥିଲେ ଯେ ନିର୍ଯାତିତ ଲୋକଙ୍କ ପାଇଁ କଂଗ୍ରେସ ଠିଆ ହୋଇ ରହିବ | ମୋଦୀ ଫସଲ ବୀମା ଯୋଜନା ଲାଗୁ କରିଥିଲେ, ଏଥିପାଇଁ ମୋଦୀ ଆପଣଙ୍କ ଠାରୁ ଟଙ୍କା ନେଲେ, କିନ୍ତୁ ଚାଷୀଙ୍କୁ କ୍ଷତିପୂରଣ ମିଳୁନି |

    ପ୍ରଥମେ କଂଗ୍ରେସ କର୍ମକର୍ତ୍ତାଙ୍କ ମୁଡ କେମିତି ଅଛି ବୋଲି ରାହୁଲ ପଚାରିଥିଲେ । କଂଗ୍ରେସ କର୍ମକର୍ତ୍ତାଙ୍କୁ ପ୍ରଶଂସା ବି କଲେ । ଆଉ ତା’ପରେ ସିଧା ସିଧା ବିଜେପି ସରକାର ଉପରେ ଆକ୍ରମଣ କରିଥିଲେ । ଆଉ କହିଥିଲେ ସରକାର ଗରିବଙ୍କୁ ଲୁଟୁଛନ୍ତି । ଏହାଛଡ଼ା ସେ କହିଥିଲେ ଯେ ବିଜେପି ପୂରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି । ବିହାରରେ ନିର୍ବାଚନ ଚୋରି ପାଇଁ ଉଦ୍ୟମ ହେଉଛି । 

    Maximum 500 characters

    ତାଜା ଖବର View all

    Find Us on Facebook