Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

    Share on :
    ajab-Image
    Date: Jul 11, 2025    Views: 2866

    ଭୁବନେଶ୍ୱର:ଭୁବନେଶ୍ୱରରେ ପହଞ୍ଚିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସ୍ୱତନ୍ତ୍ର ବିମାନ ଯୋଗେ ରାହୁଲ ଗାନ୍ଧୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି । ତେବେ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଦଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରୁ ସିଧାସଳଖ ବରମୁଣ୍ଡା ପଡ଼ିଆ ଯିବେ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୧ଟା ୪୫ ମିନିଟ ପର୍ୟ୍ୟନ୍ତ ସଭାକାର୍ୟ୍ୟ ଚାଲିବ। ଅପରାହ୍ଣ ୩ଟାରେ ରାହୁଲ, ଖଡ୍‌ଗେ ଏବଂ ଭେନୁଗୋପାଳ କଂଗ୍ରେସ ଭବନରେ ରାଜନୈତିକ ବ୍ୟାପାର କମିଟି, ପିସିସି ସଭାପତି, ବିଧାୟକଙ୍କ ସହିତ ସାଙ୍ଗଠନିକ ବିଷୟରେ ଆଲୋଚନା କରିବେ। ଅପରାହ୍ଣ ୪ଟା ୪୫ମିନିଟରେ କଂଗ୍ରେସ ଭବନରୁ ବିମାନ ବନ୍ଦର ଅଭିମୁଖେ ବାହାରି ସନ୍ଧ୍ୟା ୫ଟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

    Maximum 500 characters

    ତାଜା ଖବର View all

    Find Us on Facebook