Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ଆସୁଛନ୍ତି ରାହୁଲ

    Share on :
    ajab-Image
    Date: Jul 11, 2025    Views: 2645

    ଭୁବନେଶ୍ବର: ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ, ଏଆଇସିସି ସାଧାରଣ ସମ୍ପାଦକ (ସଙ୍ଗଠନ) କେ.ସି ଭେନୁଗୋପାଳ। ଏଥିପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି) ପକ୍ଷରୁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ବରମୁଣ୍ଡା ପଡ଼ିଆ ଓ କଂଗ୍ରେସ ଭବନ ଚଳଚଞ୍ଚଳ ହୋଇଛି। ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ ନାରା ଦେଇ ରାହୁଲ ଓଡ଼ିଶା ଆସୁଥିବା ବେଳେ ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେବ ସଭାକାର୍ୟ୍ୟ। ତେବେ ରାହୁଲଙ୍କ ସଭା ପୂର୍ବରୁ କଂଗ୍ରେସକୁ ଡ୍ରାଇଭର ମହାସଂଘ ତରଫରୁ ଆଶ୍ବସ୍ତି ମିଳିଛି। କଂଗ୍ରେସର ସଭାକୁ ଆସୁଥିବା କୌଣସି ଗାଡ଼ିକୁ ଅଟକା ଯିବନି ବୋଲି ଡ୍ରାଇଭର ମହାସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏନେଇ ପୂର୍ବରୁ କଂଗ୍ରେସ ପକ୍ଷରୁ ମହାସଂଘକୁ ଚିଠି ଲେଖାଯାଇ ଅନୁରୋଧ କରାଯାଇଥିଲା। ମହାସଂଘ ଏହା ଉପରେ ବିଚାର କରି ଉପରୋକ୍ତ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତେବେ ରାଜ୍ୟ ସରକାର ସେମାନଙ୍କୁ ଦାବି ପୂରଣ ନ କରିବା ପର୍ୟ୍ୟନ୍ତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି। ପୂର୍ବାହ୍ଣ ସାଢ଼େ ୯ଟାରେ ରାହୁଲ ଦିଲ୍ଲୀରୁ ସ୍ବତନ୍ତ୍ର ବିମାନରେ ଆସି ୧୧ଟା ୩୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ବରମୁଣ୍ଡା ପଡ଼ିଆ ଯିବେ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୧ଟା ୪୫ ମିନିଟ ପର୍ୟ୍ୟନ୍ତ ସଭାକାର୍ୟ୍ୟ ଚାଲିବ। ଅପରାହ୍ଣ ୩ଟାରେ ରାହୁଲ, ଖଡ୍‌ଗେ ଏବଂ ଭେନୁଗୋପାଳ କଂଗ୍ରେସ ଭବନରେ ରାଜନୈତିକ ବ୍ୟାପାର କମିଟି, ପିସିସି ସଭାପତି, ବିଧାୟକଙ୍କ ସହିତ ସାଙ୍ଗଠନିକ ବିଷୟରେ ଆଲୋଚନା କରିବେ। ଅପରାହ୍ଣ ୪ଟା ୪୫ମିନିଟରେ କଂଗ୍ରେସ ଭବନରୁ ବିମାନ ବନ୍ଦର ଅଭିମୁଖେ ବାହାରି ସନ୍ଧ୍ୟା ୫ଟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

    Maximum 500 characters

    ତାଜା ଖବର View all

    Find Us on Facebook