Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରାହୁଲଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

    Share on :
    ajab-Image
    Date: Apr 26, 2025    Views: 3712

    ନୂଆଦିଲ୍ଲୀ: ବୀର ସାବରକରଙ୍କ ଉପରେ ବିବାଦୀୟ ବୟାନକୁ ନେଇ ସୁପ୍ରିମକୋର୍ଟ ଶୁକ୍ରବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କରିଛନ୍ତି । ସ୍ୱାଧୀନତା ସଂଗ୍ରାମୀଙ୍କ ବିରୋଧରେ ଏଣୁତେଣୁ ଗପିବାର ଅଧିକାର କାହାରିକୁ ଦିଆଯାଇପାରିବ ନାହିଁ । ସେମାନେ ଆମକୁ ସ୍ୱାଧିନତା ଦେଇଥିଲେ, କିନ୍ତୁ ଆମେ ସେମାନଙ୍କ ସହ କିପରି ବ୍ୟବହାର ପ୍ରଦର୍ଶନ କରୁଛୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ରାହୁଲଙ୍କୁ ସର୍ବୋଚ୍ଚ ଅଦାଲତ ଚେତାବନୀ ଦେଇଛନ୍ତି ଯେ, ଆଗକୁ ଏପରି ବୟାନ ଦେଲେ କୋର୍ଟ ସ୍ୱତଃ ସଜ୍ଞାନ ନେଇ କାର୍ଯ୍ୟାନୁଷ୍ଠାନ ନେବେ । ଏଥିସହ ଏହି ମାମଲାରେ ରାହୁଲଙ୍କ ବିରୋଧରେ ତଳକୋର୍ଟଙ୍କ ସମନ ଉପରେ ରୋକ ଲଗାଇଛନ୍ତି । ଆହ୍ଳାବାଦ ହାଇକୋର୍ଟ ଏପ୍ରିଲ ୪ରେ ସମନ ଉପରେ ରୋକ ଲଗାଇବାକୁ ମନା କରିବା ପରେ ରାହୁଲ ସୁପ୍ରିମକୋର୍ଟ ଯାଇଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook