Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନୋଟିସର ଜବାବ ଦେଇନଥିଲେ, ରାହୁଲ ଗାନ୍ଧୀଙ୍କ ଘରକୁ ଗଲା ପୁଲିସ

    Share on :
    ajab-Image
    Date: Mar 19, 2023    Views: 4244

    ନୂଆଦିଲ୍ଲୀ: କଶ୍ମୀରରେ ଭାରତ ଯୋଡୋ ଯାତ୍ରା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ  ଯେଉଁ ବୟାନ ଦେଇଥିଲେ ସେ ନେଇ ଦିଲ୍ଲୀ ପୁଲିସ ତାଙ୍କ ସହ ଆଲୋଚନା କରିବାକୁ ଚାହୁଁଥିଲା। ଏଥିପାଇଁ ତାଙ୍କୁ ମାର୍ଚ୍ଚର୍ ୧୬ ତାରିଖରେ ନୋଟିସ ପଠାଇଥିଲା। କିନ୍ତୁ ସେ ଏହାର କୌଣସି ଜବାବ ଦେଇନଥିଲେ। ଏହାପରେ ଆଜି ପୁଲିସ ତାଙ୍କ ଘରେ ପହଞ୍ଚିଛି।ସୂଚନା ମୁତାବକ, ଶ୍ରୀନଗରରେ ଭାରତ ଯୋଡ଼ୋ ଯାତ୍ରା ଭାଷଣରେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ପୀଡ଼ିତାମାନଙ୍କ ସମ୍ବନ୍ଧରେ ଦେଇଥିବା ମନ୍ତବ୍ୟ ଉପରେ ସୂଚନା ସଂଗ୍ରହ କରିବା ଲାଗି ଆଜି ଦିଲ୍ଲୀର ସ୍ପେସାଲ ପୁଲିସ କମିସନର୍ ସାଗରପ୍ରୀତ ହୁଡାଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କ ଘରେ ପହଞ୍ଚିଛି। ରାହୁଲଙ୍କ ସହ ଆଲୋଚନା କରିବାକୁ ଆସିଥିବା ନେଇ ହୁଡା ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି।  
    ଜାନୁଆରୀ ୩୦ ତାରିଖ ଦିନ ଭାରତ ଯୋଡ଼ୋ ଯାତ୍ରା ସମୟରେ ଶ୍ରୀନଗରେ ରାହୁଲ୍ ଗାନ୍ଧୀ ଯୌନ ଉତ୍ପୀଡନର ଶିକାର ହୋଇଥିବା ମହିଳାଙ୍କ ବିଷୟରେ ବୟାନ ଦେଇଥିଲେ। ସେ କହିଥିଲେ ଯେ, ଯାତ୍ରା ସମୟରେ ସେ କେତେକ ମହିଳାଙ୍କୁ ଭେଟିଥିଲେ। ସେମାନେ ଦୁଷ୍କର୍ମର ଶିକାର ହୋଇଥିବା କଥା ତାଙ୍କୁ କହିଥିଲେ। ରାହୁଲ୍‌ଙ୍କ ପାଖରୁ ସେ ସମ୍ପର୍କୀୟ ସବିଶେଷ ତଥ୍ୟ ସଂଗ୍ରହ କରିବାକୁ ଆସିଛୁ। ତଥ୍ୟାବଳି ମିଳିଲେ ସେ ଦୁଷ୍କର୍ମ ପୀଡ଼ିତାମାନଙ୍କୁ ବିଚାର ମିଳିବ। ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୁଲିସ କହିିଛି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook