ମୁଖ୍ୟ ଖବର
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଆସନ୍ତା ଅକ୍ଟୋବର ୧୭ରେ ହେବ ଭୋଟ୍ ଗ୍ରହଣ । ଅକ୍ଟୋବର ୧୯ ତାରିଖରେ ଫଳାଫଳ ଘୋଷଣା କରାଯିବ । ଏହାରି ଭିତରେ ରାହୁଲ ଗାନ୍ଧୀଙ୍କୁ ଦଳର ଜାତୀୟ ସଭାପତି କରାଇବା ପାଇଁ ରାଜସ୍ଥାନ ପରେ ଛତିଶଗଡ଼ରେ ପ୍ରସ୍ତାବ ଗୃହୀତ ହୋଇଛି ।
ରାଜ୍ୟ କଂଗ୍ରେସ କିମିଟିର ୩୧୦ ଜଣ ପ୍ରତିନିଧିଙ୍କ ଉପସ୍ଥିତରେ ଏକ ପ୍ରସ୍ତାବ ପାରିତ ହୋଇଛି । ଏହା ପୂର୍ବରୁ ରାଜସ୍ଥାନ କଂଗ୍ରେସ କମିଟି ପକ୍ଷରୁ ସର୍ବସମ୍ମତି କ୍ରମେ ରାହୁଲଙ୍କୁ ହିଁ ସଭାପତି କରାଇବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ସେପଟେ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍ କହିଛନ୍ତି, ରାହୁଲ ସଭାପତି ହୁଅନ୍ତୁ ବା ନ ହୁଅନ୍ତୁ ଦଳରେ ତାଙ୍କ ସ୍ଥାନ ସବୁବେଳେ ସର୍ବୋଚ୍ଚ ରହିବ । ଏହି ନିର୍ବାଚନରେ ସ୍ୱଚ୍ଛତା ନେଇ କୌଣସି ବିବାଦ ନାହିଁ ବୋଲି ପି. ଚିଦାମ୍ବରମ୍ କହିଛନ୍ତି ।
Comments ସମସ୍ତ ମତାମତ