Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମୋଦି ସରକାରକୁ କ୍ଷମତାରୁ ହଟାଇ ନାଗପୁର ପଠାଇଦେବୁ: ରାହୁଲ

    Share on :
    ajab-Image
    Date: Mar 1, 2021    Views: 4906

    ତିରୁନେଲଭେଲି: କଂଗ୍ରେସ ନେତା ରାହୁଲ ଗାନ୍ଧି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡା ସମାଲୋଚନା କରିଛନ୍ତି । ତାମିଲନାଡୁର ତିରୁନେଲଭେଲିରେ ଶିକ୍ଷାବିତଙ୍କ ସହ କଥାବାର୍ତ୍ତା ବେଳେ ରାହୁଲ କହିଛନ୍ତି ଯେ ମୋଦି ସରକାରଙ୍କ ଠାରୁ ଆହୁରି ଶକ୍ତିଶାଳୀ ବି୍ରଟିଶ ସରକାରକୁ ଆମେ (କଂଗ୍ରେସ) ଦେଶରୁ ହଟାଇବାରେ ସମର୍ଥ ହୋଇଥିଲୁ । ତେଣୁ ଆଗାମୀ ଦିନରେ ମୋଦି ସରକାରକୁ ଦେଶରୁ ହଟାଇବା ଦିଗରେ କଂଗ୍ରେସ ସଫଳ ହେବ । ୭୦ ବର୍ଷ ତଳେ ଆମେ ବିଟି୍ରଶ ସରକାରକୁ ବିନା ହିଂସା, କ୍ରୋଧ ଓ ଘୃଣାରେ ହଟାଇବାରେ ସଫଳ ହୋଇଥିଲୁ । ସେହିପରି ଭାବେ ଆମେ ମୋଦି ସରକାରକୁ କ୍ଷମତାରୁ ହଟାଇ ନାଗପୁର ପଠାଇଦେବୁ । ସେମାନେ (ମୋଦି ସରକାର) ଆମକୁ ଗାଳି ଦିଅନ୍ତୁ, ଗୋଇଠା ମାରନ୍ତୁ ଏବଂ ଛେପ ପକାନ୍ତୁ ପଛେ ଆମେ ତାହା କରିବୁ ନାହିଁ । ତାମିଲନାଡୁକୁ ତିନି ଦିନିଆ ନିର୍ବାଚନ ପ୍ରଚାରରେ ଯାଇଥିବା ରାହୁଲ କହିଛନ୍ତି ସରକାର ଯେଉଁ ନୂତନ ଶିକ୍ଷାନୀତି ଆଣିଛନ୍ତି ତାହା ତାମିଲନାଡୁରେ ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରିବ । ଶିକ୍ଷକ କିମ୍ବା ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା ନ କରି ସରକାର ନୂଆ ଶିକ୍ଷାନୀତି ଆଣିଛନ୍ତି । ମୋଦିଙ୍କ ନେତୃତ୍ୱ କେନ୍ଦ୍ର ସରକାରକୁ ରାହୁଲ ବି୍ରଟିଶ ସରକାର ସହିତ ତୁଳନା କରି ସମାଲୋଚନା କରି ଆସୁଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook