ମୁଖ୍ୟ ଖବର
ଭୁବନେଶ୍ୱର: ବିଶ୍ୱ ମହାମାରୀ କରୋନା ଯୋଗୁଁ ଧ୍ୱସ୍ତବିଧ୍ୱସ୍ତ ଅର୍ଥନୀତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆତ୍ମନିର୍ଭର ଭାରତ ଅଭିଯାନ’ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏଥିଲାଗି ସେ ମଙ୍ଗଳବାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ଦେଶବାସୀଙ୍କୁ ଉଦବୋଧନ ଦେବା ଅବସରରେ ସେ ଏହି ଘୋଷଣା କରିଥିଲେ । ମୋଦୀଙ୍କ ‘ଆତ୍ମନିର୍ଭର ଭାରତ ଅଭିଯାନ’ ଅଂଶସ୍ୱରୂପ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପର୍ଯ୍ୟାୟ କ୍ରମେ ୩ଥର ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ପାଣ୍ଠି ଘୋଷଣା କରିଛନ୍ତି । ତେବେ ମୋଦୀଙ୍କ ଏହି ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଖାଲି ସେତିକି ନୁହେଁ ଏହାକୁ ରାହୁଲ ସମାଲୋଚନା ମଧ୍ୟ କରିଛନ୍ତି ।
ସେ କହିଛନ୍ତି ଯେ, ବର୍ତ୍ତମାନ ଜନସାଧାରଣ ରାସ୍ତାରେ ଭୋକ ଉପାସରେ ଚାଲୁଛନ୍ତି । ଏକ ଅନାଗତ, ଆଶଙ୍କିତ ଭବିଷ୍ୟତ ନେଇ ଲୋକ ଏବେ ରାସ୍ତାରେ । ଭାରତର ଭବିଷ୍ୟତ ଏବେ ଆଶଙ୍କରେ ରାସ୍ତାରେ ଚାଲୁଛି । ବର୍ତ୍ତମାନ ସମୟରେ ସାହୁକାର ହୋଇ ଋଣ ବଣ୍ଟାନଯାଉ । ଏବେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯାଉ । ଏହି ଶ୍ରମିକମାନେ ସହର ଗଢିଛନ୍ତି, ଦେଶ ନିର୍ମାଣ କରିଛନ୍ତି । ସେମାନେ କେମିତି ବଞ୍ଚିବେ ସେ ନେଇ ଚିନ୍ତା କରାଯିବା ଦରକାର ବୋଲି ରାହୁଲ ଗାନ୍ଧୀ କହିବା ସହ ଲୋକଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଦେବାକୁ ଦାବି କରିଛନ୍ତି ।
Comments ସମସ୍ତ ମତାମତ