ନୂଆଦିଲ୍ଲୀ: ଆଇପିଏଲକୁ ଫେରିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ। ସେ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ ହୋଇଛନ୍ତି। ୨୦୨୫ ଆଇପିଏଲରୁ ସେ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ ଭାବେ କାର୍ୟ୍ୟ ଆରମ୍ଭ କରିବେ। ତେବେ ତତ୍କାଳ ଭାବେ ସେ ମୁଖ୍ୟ କୋଚ୍ର ଦାୟିତ୍ୱ ନେବେ ଓ ୨୦୨୫ ସଂସ୍କରଣ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଆଜି ପ୍ରାଞ୍ଚାଇଜ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ରାହୁଲ ଡ୍ରାଭିଡଙ୍କ କୋଚିଂରେ ଭାରତୀୟ ଟିମ ଜୁଲାଇ ମାସରେ ଟି-୨୦ ବିଶ୍ୱକପ ଜିତିଥିଲା। ଏହାପରେ ଟିମ ଇଣ୍ଡିଆ ସହ ତାଙ୍କ କାର୍ୟ୍ୟକାଳ ଶେଷ ହୋଇଥିଲା। ଏବେ ରାହୁଲ ୨୦୧୫ ପରେ ପ୍ରଥମଥର ପାଇଁ ରାଜସ୍ଥାନ ରୟାଲ୍ସକୁ ଫେରିଛନ୍ତି। ୨୦୧୨ ଓ ୨୦୧୩ ଆଇପିଏଲରେ ରାଜସ୍ଥାନ ଡ୍ରାଭିଡଙ୍କ ନେତୃତ୍ୱରେ ଖେଳିଥିଲା।ଜୁଲାଇ ମାସରେ ଭାରତୀୟ ସିନିୟର ଟିମ ସହ ରାହୁଲ ଡ୍ରାଭିଡଙ୍କ ୩ ବର୍ଷର କାର୍ୟ୍ୟକାଳ ଶେଷ ହୋଇଥିଲା। ଏହାପରେ ଡ୍ରାଭିଡ ପ୍ରଥମଥର ପାଇଁ ପ୍ରଫେସନାଲ କ୍ରିକେଟକୁ ଫେରିବାକୁ ଯାଉଛନ୍ତି।
Comments ସମସ୍ତ ମତାମତ