Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଏସିଆ କପ୍ ପୂର୍ବରୁ ଟିମ ଇଣ୍ଡିଆ କୋଚ୍ ରାହୁଲ ଦ୍ରାବିଡଙ୍କୁ କରୋନା

    Share on :
    ajab-Image
    Date: Aug 23, 2022    Views: 4042

    ନୂଆଦିଲ୍ଲୀ: ଏସିଆ କପ୍ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା । ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କରୋନାରେ ସଂକ୍ରମିତ ହୋଇଛନ୍ତି । ଫଳରେ ଆଗାମୀ ଏସିଆ କପରେ ଭାରତୀୟ ଦଳ ସହ ରାହୁଲ ଯିବେ କି ନାହିଁ ତାହାକୁ ନେଇ ଏବେ ସସପେନ୍ସ ଦେଖାଦେଇଛି । କାରଣ ରିପୋର୍ଟ ନେଗେଟିଭ ନ ଆସିବା ପର୍ୟ୍ୟନ୍ତ ଟିମ୍ ସହ ଯୋଗ ଦେଇପାରିବେନି ରାହୁଲ । ଏଭଳି ସ୍ଥିତିରେ ରାହୁଲଙ୍କ ବଦଳରେ ଲକ୍ଷ୍ମଣ ସମ୍ଭାଳିବେ କି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାର । ତାହା ଏବେ ସବୁଠୁ ବଡ ପ୍ରଶ୍ନ ।

    ୱେଷ୍ଟଇଣ୍ଡିଜ ଗସ୍ତ ପରେ ଭାରତ ଜିମ୍ବାୱେ ଗସ୍ତରେ ଯାଇଥିଲେ ମଧ୍ୟ ଦ୍ରାବିଡ ଟିମ୍ ସହ ନ ଯାଇ କିଛି ସମୟ ପାଇଁ ବ୍ରେକ ନେଇଥିଲେ । କେ.ଏଲ ରାହୁଲଙ୍କ ନେତୃତ୍ୱରେ ଜିମ୍ବାୱେ ଗସ୍ତ କରିଥିଲା ଦଳ ଏବଂ କୋଚ୍ ଭାବେ ଭିଭିଏସ ଲକ୍ଷ୍ମଣ ଦଳ ସହ ଯାଇଥିଲେ । 

    Maximum 500 characters

    ଅଜବ View all

    Find Us on Facebook