ମୁଖ୍ୟ ଖବର
ନୂଆଦିଲ୍ଲୀ: ସ୍ବାଧିନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରି ରାଷ୍ଟ୍ର ଉଦେଶ୍ୟରେ ସମ୍ବୋଧିତ କରିଛନ୍ତି। ଲାଲକିଲ୍ଲାରେ ଅନୁଷ୍ଠିତ ଏହି ସମାରୋହରେ ସରକାରୀ ଏବଂ ବିରୋଧୀ ଦଳର ନେତାମାନେ ଯୋଗ ଦିଅନ୍ତି। ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ସମାରୋହରେ ଯୋଗ ଦେଇ ନଥିଲେ, ଯାହା ଫଳରେ ବିଜେପି ତାଙ୍କୁ ଟାର୍ଗେଟ କରିଛି। ଲାଲ୍ କିଲ୍ଲାର ଏହି ସମାରୋହରେ ଦେଶରେ ବହୁ ବଡ ନେତା ଉପସ୍ଥିତ ଥିଲେ। ତାଙ୍କ ଭିତରେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ, ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ସାମିଲ ହୋଇଥିଲେ। ଏହାଛଡା ଦେଶର ପ୍ରଧାନ ବିଚାରପତି ସିଜେଆଇ ସୂର୍ଯ୍ୟକାନ୍ତ, ସୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପିକେ ମିଶ୍ର ଓ ଶକ୍ତିକାନ୍ତ ଦାସଙ୍କ ଭଳି ବଡ଼ ଅଧିକାରୀ ଉପସ୍ଥିତ ଥିଲେ।
ଶିକ୍ଷାମନ୍ତ୍ରୀ ପ୍ରହଲାଦ ଯୋଶୀଙ୍କ ସିଧା ସଳଖ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ଏବଂ ଖଡଗେ ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସକୁ ଦଳୀୟ ରାଜନୀତିଠାରୁ ଉପରକୁ ଉଠାଇବା ଉଚିତ। ଯେତେବେଳେ ପ୍ରଧାନମନ୍ତ୍ରୀ ଭାଷଣ ଦିଅନ୍ତି, ସେ ଦେଶର ପ୍ରଧାନମନ୍ତ୍ରୀ। କିଛି ବର୍ଷ ହେବ ସେମାନେ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମକୁ ଆସୁନାହାନ୍ତି। ଏହାର କାରଣ ହେଉଛି ରାହୁଲଙ୍କ ଅପରିପକ୍ୱ ରାଜନୀତି ଏବଂ ଅହଂକାର।। ନକଲି ଗାନ୍ଧୀ ପରିବାରର ଅହଂକାର ଯୋଗୁଁ ଘଟୁଛି। ବିରୋଧୀ ଦଳକୁ ଆସିବା ଦରକାର। ସେମାନେ ଏଭଳି ଭୁଲ ପରମ୍ପରା ତିଆରି କରୁଛନ୍ତି।
ପୂର୍ବରୁ ୨୦୨୪ ସ୍ୱାଧୀନତା ଦିବସ ପାଳନ ସମୟରେ ବସିବା ବ୍ୟବସ୍ଥାକୁ ନେଇ ଏକ ବଡ଼ ବିବାଦ ଦେଖାଦେଇଥିଲା। ସେତେବେଳେ ଲୋକସଭାରେ ବିରୋଧୀ ଦଳ ନେତାଙ୍କୁ ଆଗ ଧାଡିରେ ବସାଇବା ପରିବର୍ତ୍ତେ ପଛ ଧାଡିରେ ବସାଇଥିଲେ। ବିରୋଧୀ ଦଳ ଏହାକୁ ଜନସାଧାରଣଙ୍କ ପ୍ରତି ଅପମାନ ବୋଲି କହିଥିଲା, ପ୍ରତିରକ୍ଷା ମନ୍ତ୍ରଣାଳୟ କହିଥିଲା, ଅଲିମ୍ପିକ୍ ଖେଳାଳିମାନଙ୍କୁ ସ୍ଥାନ ଦେବା ପାଇଁ ଏହି ପରିବର୍ତ୍ତନ କରାଯାଇଥିଲା। ନିୟମ ଅନୁଯାୟୀ, ଏପରି ଜାତୀୟ କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତାଙ୍କୁ ଆଗ ଧାଡିରେ ଏକ ଆସନ ଦିଆଯାଇଥାଏ।
Comments ସମସ୍ତ ମତାମତ