ମୁଖ୍ୟ ଖବର
ନୂଆଦିଲ୍ଲୀ : ନିଟ୍ ପ୍ରଶ୍ନପତ୍ର ପ୍ରଘଟ ହେବା ଏବଂ ଏଥି ଯୋଗୁଁ ପରୀକ୍ଷା ବାତିଲ କରାଯାଇଥିବା ପ୍ରସଙ୍ଗରେ ସାଂସଦ ତଥା ଲୋକସଭାରେ କଂଗ୍ରେସର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ରାହୁଲ ଦାବି କରିଛନ୍ତି। ନିଟ୍ ପରୀକ୍ଷା ବାତିଲ ହୋଇଥିବାରୁ ୨୨ ଲକ୍ଷ ପରୀକ୍ଷାର୍ଥୀ ନିରାଶ ହୋଇପଡ଼ିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ମୁହଁ ଖୋଲୁନଥିବାରୁ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ଦେଶର ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବାକୁ ବିଜେପି ଷଡଯନ୍ତ୍ର ଚଳାଇଥିବା ରାହୁଲ ଅଭିଯୋଗ କରିଛନ୍ତି।
Comments ସମସ୍ତ ମତାମତ