ମୁଖ୍ୟ ଖବର
ଭୁବନେଶ୍ବର: ରାଜନୀତିରୁ ସନ୍ନ୍ୟାସ ନେଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠବିଜେଡିନେତା ରଘୁନନ୍ଦନ ଦାସ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ରଘୁନନ୍ଦନ । ସେ କହିଛନ୍ତି, ଟିକେଟ୍ ମିଳିଲାନି ବୋଲି ଅସନ୍ତୋଷ ନାହିଁ । ଅସନ୍ତୋଷ ଥିଲେ ବିଦ୍ରୋହ କରିଥାନ୍ତି, ଆଉ ବାଲିକୁଦାରେ ବିଜେଡି ହାରିଥାନ୍ତା । ସ୍ୱାସ୍ଥ୍ୟଗତ କାରଣରୁ ରାଜନୀତିରେ ସକ୍ରିୟ ନାହିଁ । ଧରି ନିଅନ୍ତୁ ଯେ, ମୁଁ ରାଜନୀତିରୁ ଅବସର ନେଇଗଲି । ହେଲେ ବିଜେଡି ପ୍ରତି ମୋ ଆନୁଗତ୍ୟ ରହିବ । ବ୍ୟକ୍ତିଗତ କାରଣରୁ ନବୀନ ନିବାସ ଆସିଥିଲେ ବୋଲି ରଘୁନନ୍ଦନ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୧୯ରେ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରୁ ବିଧାୟକ ରହିଥିବା ରଘୁନନ୍ଦନ ଦାସଙ୍କୁ ୨୦୨୪ ନିର୍ବାଚନରେ ବିଜେଡି ଟିକେଟ୍ ଦେଇନଥିଲା । ରଘୁନନ୍ଦନ ଦାସଙ୍କୁ ହଟାଇ ତାଙ୍କ ସ୍ଥାନରେ ନୂଆ ଚେହେରା ସାରଦା ପ୍ରସନ୍ନ ଜେନାଙ୍କୁ ଟିକେଟ୍ ଦେଇଥିଲା ଦଳ । ଦଳର ଏପରି ନିଷ୍ପତ୍ତି ପରେ କ୍ଷୋଭ ପ୍ରକାଶ କରିଥିଲେ ରଘୁନନ୍ଦନ । ସେତେବେଳେ ରଘୁନନ୍ଦନ କହିଥିଲେ, ତାଙ୍କ ବିରୋଧରେ କିଛି ଅଣରାଜନୈତିକ ବ୍ୟକ୍ତି ଚକ୍ରାନ୍ତ କରିଛନ୍ତି ।
Comments ସମସ୍ତ ମତାମତ