Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମୁଁ ଲୋକଙ୍କ ସମସ୍ୟା ଉଠାଉଥିଲି । ମୁଁ କିଛି ଭୁଲ୍ କରିଛି କି ?

    Share on :
    ajab-Image
    Date: Apr 3, 2026    Views: 2954

    ନୂଆଦିଲ୍ଲୀ; ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆମ ଆଦମୀ ପାର୍ଟି ଭିତରେ ପୁଣି ଥରେ ଆଭ୍ୟନ୍ତରୀଣ କନ୍ଦଳ ଦେଖାଦେଇଛି । ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ଗୃହରେ ଦଳର ଉପନେତା ପଦରୁ ବହିଷ୍କାର କରିବାକୁ ଆପ୍ ଅନୁରୋଧ କରିବା ପରେ ଦଳ ଭିତରେ ଉତ୍ତେଜନା ବୃଦ୍ଧି ପାଇଛି । ତାଙ୍କୁ ବହିଷ୍କାର କରିବା ପରେ, ଚଢା ଏକ ଟ୍ୱିଟ୍ ମାଧ୍ୟମରେ ଦଳକୁ ପୁଣି ଥରେ ଆକ୍ଷେପ କରି କହିଛନ୍ତି, "ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ପରାସ୍ତ ହୋଇନାହିଁ । ମୁଁ ଲୋକଙ୍କ ସମସ୍ୟା ଉଠାଉଥିଲି । ମୁଁ କିଛି ଭୁଲ୍ କରିଛି କି ? ମୁଁ ଏହା ପଚାରୁଛି କାରଣ ଆପ୍ ରାଜ୍ୟସଭା ସଚିବାଳୟକୁ ରାଘବ ଚଢାଙ୍କ ସଂସଦ ଅଭିଭାଷଣ ବନ୍ଦ କରିବାକୁ କହିଛି ।''
    ​​​​​​​ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ୨ମିନିଟ୍‌ ୧୮ ସେକେଣ୍ଟର ଏକ ଏକ ଭିଡିଓ ପୋଷ୍ଟ କରିଛନ୍ତି ଆପ୍‌  ନେତା ରାଘବ ଚଢା । କ୍ୟାପ୍ସନରେ ଲେଖାଅଛି କହିଛନ୍ତି, ଚୁପ୍ ଅଛି ହାରିନାହିଁ ।  'ଆମ୍‌ ଆଦମୀ'କୁ ମୋର ମେସେଜ୍‌ । ଭିଡିଓରେ ରାଘବ କହିଛନ୍ତି, ସଂସଦରେ ସେ ଏପରି ପ୍ରସଙ୍ଗ ଉଠାଇଛନ୍ତି ଯାହା ସାଧାରଣତଃ ସଂସଦରେ ଉଠାଯାଏ ନାହିଁ । ଯେଉଁ ପ୍ରସଙ୍ଗ ଉପରେ ଆଲୋଚନା ହୋଇନାହିଁ । ମୁଁ ଜନତାଙ୍କ ମୁଦ୍ଦା ଉଠାଏ । ତେବେ ଏପରି ପ୍ରସଙ୍ଗ ଉଠାଇବା କ'ଣ ଅପରାଧ ? ଜନତାଙ୍କ ସମସ୍ୟା ଉଠାଇବା କ'ଣ ଅପରାଧ ? ଏ ପ୍ରଶ୍ନ ମୁଁ ଏଥିପାଇଁ ପଚାରୁଛି ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସେକ୍ରେଟାରୀକୁ କହିଛି କି ରାଘବ ଚଡ୍ଡାଙ୍କୁ ପାର୍ଲାମେଣ୍ଟରେ କହିବା ଉପରେ ରୋକ୍ ଲଗାଯାଉ । ମୋ କହିବା ଉପରେ ଜଣେ କାହିଁକି ରୋକ ଲଗାଇବାକୁ ଛାହୁଁଛନ୍ତି ? ମୁଁ ଯେବେ ବି କୁହେଁ  ସାଧାରଣ ଲୋକଙ୍କ କଥା କୁହେ । ଏୟାରପୋର୍ଟରେ ମିଳୁଥିବା ମହଙ୍ଗା ଖାଦ୍ୟ କଥା କହିଥିଲି, ଜମାଟୋ, ବ୍ଲିକିଟ୍ ଡେଲିଭରୀ ରାଇଡର୍ସଙ୍କ କଥା କହିଥିଲି, ଖାଦ୍ୟରେ ଅପମିଶ୍ରମଣ କଥା କହିଥିଲି, ଟୋଲ୍ ପ୍ଲାଜାରୁ ନେଇ ବ୍ୟାଙ୍କ ଚାର୍ଜ ଲୁଟ, ମଧ୍ୟବିତ୍ତଙ୍କ ଉପରେ ଟ୍ୟାକ୍ସ ବୋଝ, ଟେଲିକମ ରିଚାର୍ଜ ସମସ୍ୟା ଉପରେ କହିଥିଲି । ଏହି ମୁଦ୍ଦା ଉଠାଇବାକୁ ଦେଶର ସାଧାରଣ ଲୋକଙ୍କୁ ଫାଇଦା ମିଳିଲା ହେଲେ ଆମ୍ ଆଦମୀ ପାର୍ଟିର କଣ କ୍ଷତି ହେଲା ବୋଲି ପ୍ରଶ୍ନ କରିଛନ୍ତି ରାଘବ । ଯେଉଁମାନେ ମୋତେ କହିବାକୁ ରୋକିଛନ୍ତି ତାଙ୍କୁ କହିବାକୁ ଚାହିଁବି ମୋ ନୀରବାତକୁ ହାରିବା ଭାବିବନି ।
    ​​​​​​​ରାଜ୍ୟସଭା ଉପନେତା ପଦରୁ ହଟାଇଥିଲା- ଆପ୍ ଆମ୍ ଆଦମୀ ପାର୍ଟି (ଆପ୍) ଗୁରୁବାର ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭା ଉପନେତା ପଦରୁ ହଟାଇଥିଲା । ତାଙ୍କ ସ୍ଥାନରେ ଦଳ ରାଜ୍ୟସଭା ସାଂସଦ ଅଶୋକ ମିତ୍ତଲଙ୍କୁ ବାଛିଛି । ରାଜ୍ୟସଭା ସଚିବାଳୟକୁ ପତ୍ର ଲେଖି ଆପ୍ ଏହା ଜଣାଇଥିଲା । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook