Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ରଗବୀ ଚାମ୍ପିଅନସିପ୍‌: କଳିଙ୍ଗ ଷ୍ଟାଡିୟମରେ ୧୪ଟି ରାଜ୍ୟରୁ ୩୦୦ରୁ ଅଧିକ ଖେଳାଳୀ

    Share on :
    ajab-Image
    Date: Apr 10, 2026    Views: 2637

    ଭୁବନେଶ୍ୱର :ଓଡ଼ିଶାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ (SGFI) ରଗବୀ ଚାମ୍ପିଅନସିପ୍‌ ୨୦୨୫-୨୬ ରେ ଆଜି ଠାରୁ ୧୪ ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗର ପ୍ରତିଯୋଗିତା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି । ଏହି ଚାମ୍ପିଅନସିପ୍‌ରେ ଦେଶର ୧୪ଟି ରାଜ୍ୟରୁ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଉଭୟ ବାଳକ ଓ ବାଳିକା ବର୍ଗର ଅଂଶଗ୍ରହଣ କରିଛନ୍ତି । 

    ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡ଼ା. ଏନ୍. ତିରୁମାଲା ନାୟକ କାର୍ଯକ୍ରମରେ ଉପସ୍ଥିତ ରହି ଯୁବ ଖେଳାଳୀମାନଙ୍କୁ ସ୍ୱାଗତ କରିଥିଲେ । ସେ ଖେଳାଳୀମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଉତ୍ତମ ପ୍ରଦର୍ଶନ କରିବାକୁ ଶୁଭକାମନା ଜଣାଇବା ସହ ଖେଳୁଆଡ ମନୋଭାବ ନେଇ ଖେଳିବାକୁ ଅନୁପ୍ରେରିତ କରିଥିଲେ । ସେ ଯୁବ ଖେଳାଳୀମାନଙ୍କର ଉତ୍ସାହ ଓ ନିଷ୍ଠାକୁ ପ୍ରଶଂସା କରିବା ସହ ଏପରି ଚାମ୍ପିଅନସିପ୍‌ ମାଧ୍ୟମରେ ତୃଣମୂଳସ୍ତରରେ ଖେଳକୁ  ପହଞ୍ଚାଯାଇପାରିବ ବୋଲି ମତ ପ୍ରକାଶ କରିଥିଲେ ।

    ଏହି ଅବସରରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ବିରେନ୍ଦ୍ର କରକରା ଓ ସହକାରୀ ନିର୍ଦ୍ଦେଶକ (ପି.ଇ.ଟି) ଶ୍ରୀ ଜ୍ୟୋତି ପ୍ରସାଦ ପରିଡା ମଧ୍ୟ ଉପସ୍ଥିତ ଥିଲେ । ସେମାନେ ଖେଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । 

    Maximum 500 characters

    ଖେଳ ଖବର View all

    Find Us on Facebook