Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ରାଧିକାଙ୍କ ହୃଦୟରେ ଅନ୍ଧାଧୁନ

    Share on :
    ajab-Image
    Date: Oct 7, 2020    Views: 4903

    ଫିଲ୍ମଚରିତ୍ର ଯାହା ଥାଉନା କାହିଁ ନିଜର ଦକ୍ଷ ବଳରେ ସେ ପ୍ରତିଟି ଫିଲ୍ମକୁ ସୁପରହିଟ କରିବାକୁ ଆପ୍ରାଣ ଚେଷ୍ଟା କରିଥାନ୍ତି  । କେତେବେଳେ ଗାଉଁଲି ଚରିତ୍ର ତ ଆଉ କେତେବେଳେ ମଡର୍ଣ୍ଣ  । ସବୁଥିରେ ସେ ସହଜରେ ଦର୍ଶକଙ୍କ ମନ କିଣିନେଇଥାନ୍ତି  । ଦୁଇବର୍ଷ ପୂର୍ବରୁ ଅକ୍ଟୋବର ମାସରେ ରିଲିଜ ହୋଇଥିବା ଫିଲ୍ମ ‘ଅନ୍ଧାଧୁନ’  ଅଭିନେତ୍ରୀ ରାଧିକା ଆପ୍ତେଙ୍କ ଲାଗି ସବୁବେଳେ ଖାସ ରହିବ  ବୋଲି ସେ କହିଛନ୍ତି  । କାରଣ ଏହି ଫିଲ୍ମଟି ତାଙ୍କ ଜୀବନରେ କିଛି ସ୍ୱତନ୍ତ୍ର କରିଥିଲା  । ଯେପରିକି ଏହି ଫିଲ୍ମରେ ପ୍ରତ୍ୟେକ କଳାକାରଙ୍କ ବିଚାରଧାରା ତାଙ୍କ ଲାଗି ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା  । ତେଣୁ ରାଧିକା କୁହନ୍ତି ଅନ୍ଧାଧୁନ ତାଙ୍କ ହୃହୟର ଅତି ନିକଟତର  । ଏହି ଫିଲ୍ମ କଳାକାର ଟିମ ତାଙ୍କୁ ଅଧିକ ଭଲ କାମ କରିବା ଲାଗି ପ୍ରୋତ୍ସାହନ ଯୋଗାଇପାରିଥିଲା  । ଫିଲ୍ମର ନିଦେ୍ର୍ଧଶକ ଶ୍ରୀରାମ ରାଘବନ ଓ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପରି ସହକର୍ମୀ ସହ କାମ କରିବା ଅର୍ଥ କିଛି ସ୍ୱତନ୍ତ୍ର ଅନୁଭବ କରିବା  । ଫିଲ୍ମଟିକୁ ମଧ୍ୟ ଗତବର୍ଷ ସର୍ବଶ୍ରେଷ୍ଠ ଫିଲ୍ମ ପୁରସ୍କାର ଦିଆଯାଇଥିଲା  । ଆୟୂଷ୍ମାନଙ୍କ ଚମକ୍ରାର ଅଭିନୟ ଲାଗି ସର୍ବଶ୍ରେଷ୍ଠ ଅଭିନେତା ସମ୍ମାନ ହାତେଇଥିଲେ  । ଆଗାମୀ ଦିନରେ ଅଭିନେତ୍ରୀ ରାଧିକା ଆପ୍ତେ ଏ କଲ ଟୁ ସ୍ପାଇରେ ନଜର ଆସିବେ  । ଏଥିରେ ସେ ନୁର ଇନାୟତ ଖାନ ଚରିତ୍ର ନିଭାଇବେ  ।  

    Maximum 500 characters

    ସିନେମା View all

    Find Us on Facebook