Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରାତାରାତି ସରକାରୀ କ୍ୱାର୍ଟର ଖାଲି କରିଛନ୍ତି ରାବ୍ରି ଦେବୀ

    Share on :
    ajab-Image
    Date: Dec 27, 2025    Views: 3088

    ନୂଆଦିଲ୍ଲୀ:  ରାତାରାତି ସରକାରୀ କ୍ୱାର୍ଟର ଖାଲି କରିଛନ୍ତି ପୂର୍ବତ୍ତନ ବିହାର ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ । ପାଟନା ସହର ସ୍ଥିତ ସର୍କୁଲାର ରୋଡ୍ ରେ ଥିବା ରାବ୍ରି ଦେବୀଙ୍କ ସରକାରୀ ବଙ୍ଗଳାରୁ ମଧ୍ୟରାତ୍ରିରେ ଆସବାବପତ୍ର ବୁହା ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

    ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ନେତା ଲାଲୁ ଯାଦବଙ୍କ ପତ୍ନୀ ରାବ୍ରି ଦେବୀ ସରକାରୀ ବଙ୍ଗଳା ଖାଲି କରିବା ଆରମ୍ଭ କରିଛନ୍ତି । ଉକ୍ତ ସରକାରୀ ବଙ୍ଗଳାରେ ଲାଲୁ ପରିବାର ପ୍ରାୟ ଦୁଇ ଦଶନ୍ଧି ଧରି ରହି ଆସୁଥିଲେ । ୨୦୨୪ ନିର୍ବାଚନରେ ଏନଡିଏ ବହୁମତ ସହ ବିହାରରେ ସରକାର ଗଢିବା ପରେ ଉକ୍ତ ବଙ୍ଗଳା ଖାଲି କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ନେଇ ବିହାର ରାଜନୀତିରେ ଝଡ ଦେଖିବାକୁ ମିଳିଥିଲା । ଘଟଣାର ଗୋଟିଏ ମାସ ପରେ ମଧ୍ୟ ରାତିରେ ବଙ୍ଗଳାରୁ ଆସବାବପତ୍ର ଏବଂ ଘରୋଇ ଜିନିଷପତ୍ର ସ୍ଥାନାନ୍ତର ହେଉଥିବା ଦେଖିବାକୁ ମିଳିଛି । ଯାହା ବିହାରରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପରିବର୍ତ୍ତନର ସଙ୍କେତ ଦେଇଛି । ରାତି ଅନ୍ଧାରରେ ପିକ୍-ଅପ୍ ଭ୍ୟାନ୍ ବାସଭବନରୁ ଜିନିଷପତ୍ର ହଟାଇବା ଦେଖାଯାଇଛି । ଜିନିଷପତ୍ର କେଉଁଠାକୁ ସ୍ଥାନାନ୍ତରିତ ହେଉଛି ତାହା ସ୍ପଷ୍ଟ ହୋଇନଥିବା ବେଳେ,ଏହା ନିଶ୍ଚିତ ଯେ ବଙ୍ଗଳା ଖାଲି ହେବା ପ୍ରକ୍ରିୟା ଆରମ୍ଭ ହୋଇଛି।

    ତେବେ ବିହାର ସରକାରଙ୍କ କୋଠା ନିର୍ମାଣ ବିଭାଗ ରାବ୍ରୀ ଦେବୀଙ୍କୁ ଏକ ନୂତନ ସରକାରୀ ବାସଗୃହ ଆବଣ୍ଟନ କରିଛି । ନୂତନ ଆବଣ୍ଟନ ଆନୁଷ୍ଠାନିକ ହେବା ସହିତ, ସର୍କୁଲାର ରୋଡ ସ୍ଥିତ ବଙ୍ଗଳା ଖାଲି କରିବା ମଧ୍ୟ ବାଧ୍ୟତାମୂଳକ ହୋଇଛି । ବଙ୍ଗଳାରେ ଲାଲୁ ପରିବାର ୨୦୦୬ ମସିହାରୁ ରହୁଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook