Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି ସୁବାସିନୀ: ରବୀନ୍ଦ୍ର

    Share on :
    ajab-Image
    Date: Mar 20, 2026    Views: 2650

    ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପାଇଁ ବିଜେଡିରୁ ନିଲମ୍ବିତ ହୋଇଥିବା ବସ୍ତା ବିଧାୟିକା ସୁବାସିନୀ ଜେନା ଦଳୀୟ ପ୍ରାର୍ଥୀଙ୍କୁ ହିଁ ଭୋଟ୍‌ ଦେଇଛନ୍ତି।   ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ସ୍ୱାମୀ ତଥା ନିକଟରେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏହି କଥା କହିଛନ୍ତି।
    ଶ୍ରୀ ଜେନା କହିଛନ୍ତି ଯେ ରାଜ୍ୟସଭା ନିର୍ବାଚନରେ ସଂତୃପ୍ତ ମିଶ୍ର ବିଜେଡିର ଅଫିସିଆଲ କ୍ୟାଣ୍ଡିଡେଟ୍ ଥିଲେ। ଆଉ ସୁବାସିନୀ ଜେନା ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି। ଏହା ସ୍ପଷ୍ଟ। ସେ ଦଳର ଏଜେଣ୍ଟକୁ ଦେଖାଇ ଭୋଟ୍ ଦେଇଛନ୍ତି। ଏନେଇ ଆପଣମାନେ (ଗଣମାଧ୍ୟମ ପ୍ରତିନିଧିମାନଙ୍କୁ) ବିଜେଡି ଏଜେଣ୍ଟଙ୍କୁ ପଚାରିପାରିବେ। ଦ୍ୱିତୀୟ କଥା ହେଉଛି, ସ୍ୱାଧୀନ ପ୍ରାର୍ଥୀ ( ଡାକ୍ତର ଦତ୍ତେଶ୍ୱର ହୋତା) । ତାଙ୍କୁ କଂଗ୍ରେସ ମଧ୍ୟ ସମର୍ଥନ କରୁଥିଲା। ବସ୍ତା ନିର୍ବାଚନ ମଣ୍ଡଳୀରେ ସୁବାସିନୀଙ୍କ ସିଧାସଳଖ ଫାଇଟ୍ ହେଉଛି କଂଗ୍ରେସ ସହିତ। ଦିଲ୍ଲୀ ଓ ଭୁବନେଶ୍ୱରରେ ବସି ନିଷ୍ପତ୍ତି ଶୁଣାଇ ଦେଲେ ବସ୍ତାବାସୀ ତାହାକୁ ଗ୍ରହଣ କରିବେ ନାହିଁ। କାରଣ ଏ ଲଢ଼େଇ ୩୦/୪୦ ବର୍ଷର। ଏ ସଂପର୍କରେ ଦଳର ନେତୃବୃନ୍ଦ ଅବଗତ ହେବାର ଥିଲା। 
    ସେ ଆହୁରି କହିଛନ୍ତି ଯେ ଯେତେଦୂର ଦଳୀୟ ପ୍ରାର୍ଥୀଙ୍କ କଥା ଉଠୁଛି, ସେଥିରେ ଦଳର ନିର୍ଦ୍ଦେଶକୁ ଅବମାନନା କରିନାହାନ୍ତି ସୁବାସିନୀ ଜେନା। ଯଦି ବିଜେଡିର ଜନ୍ମକୁଣ୍ଡଳୀ ବାହାର କରାଯିବ, ତା’ହେଲେ ଦିଲୀପ ରାୟଙ୍କ କଥା ପ୍ରଥମେ ଆସିବ। ବିଜୁ ବାବୁଙ୍କ ମରଶରୀରକୁ ଓଡ଼ିଶାରେ ପହଞ୍ଚାଇବା ଲୋକ ସେ। ବିଜୁ ବାବୁଙ୍କ ଶେଷ ସମୟ ଦିଲୀପ ରାୟଙ୍କ ଘରେ କଟିଥିଲା। ତେଣୁ ଆମ ଅପେକ୍ଷା ଦିଲୀପ ବାବୁଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ଦିଗରେ ନବୀନ ବାବୁଙ୍କୁ ଚିନ୍ତା କରିବାର ଥିଲା। ତା’ହେଲେ ଏମିତି ଏକ ସ୍ଥିତି ଉପୁଜି ନଥାନ୍ତା। 
    ସୁବାସିନୀ ଜେନା ୧୫ କୋଟି ଟଙ୍କାରେ ବିକ୍ରି ହୋଇଯାଇଥିବା ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଥିବା ବେଳେ ଏହା କେବଳ ଉଡ଼ା କଥା ବୋଲି କହିଛନ୍ତି ରବୀନ୍ଦ୍ର ଜେନା। ସେ କହିଛନ୍ତି, ଯେଉଁ ଦଳରୁ ୨୦% ବିଧାୟକ ଛାଡ଼ି ପଳେଇଲେଣି, ଲୋକଙ୍କର ଭରସା ଉଠିଗଲାଣି, କିଛି ଦିନ ପୂର୍ବରୁ ୮୮ ହଜାର ଭୋଟ୍‌ରେ (ନୂଆପଡ଼ା ଉପନିର୍ବାଚନରେ) ହାରିଲେଣି, ସେମାନଙ୍କୁ ନେଇ ଆଉ କ’ଣ କହିବାର ଅଛି।  

    Maximum 500 characters

    ରାଜନୀତି View all

    Find Us on Facebook