Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଓଡ଼ିଶାର ଶାନ୍ତିପ୍ରିୟ ପରିବେଶକୁ ନଷ୍ଟ କରିବାକୁ ହୀନ ପ୍ରୟାସ କରୁଛି କଂଗ୍ରେସ: ରବି ନାଏକ

    Share on :
    ajab-Image
    Date: Jun 11, 2026    Views: 2565

    ସମ୍ବଲପୁର : ନିଟ ଓ ସିବିଏସଇ ପ୍ରଶ୍ନପତ୍ର ଲିଙ୍କ ଘଟଣାରେ ସମ୍ବଲପୁରରେ କଂଗ୍ରେସ ନେତା କହ୍ନେୟା କୁମାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷୀବା ପରେ ଏହାର କଡ଼ା ଜବାବ ରଖିଛନ୍ତି ମନ୍ତ୍ରୀ ରବି ନାଏକ। ପ୍ରେସ ଇସ୍ତାହାର ଜରିଆରେ ଜବାବ ଦେଇ ସେ କହିଛନ୍ତି, ଓଡ଼ିଶା ଭଳି ବୀର ଏବଂ ସ୍ୱାଧୀନତା ସଂଗ୍ରାମର ପବିତ୍ର ମାଟିରେ ଦେଶ ବିଭାଜନକାରୀ ତଥା ରାଷ୍ଟ୍ର ବିରୋଧୀ ମାନସିକତାକୁ ଓଡ଼ିଶାର ସ୍ୱାଭିମାନୀ ଯୁବ ସମାଜ ଓ ଛାତ୍ର ସମାଜ କେବେ ବି ଗ୍ରହଣ କରିବେ ନାହିଁ କି ବରଦାସ୍ତ କରିବେ ନାହିଁ। ଯେଉଁ କହ୍ନେୟା କୁମାର, ଜେଏନୟୁରେ ଠିଆ ହୋଇ ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ୱ ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିଲେ, ଦେଶ ବିରୋଧୀ ବିଷ ମଞ୍ଜି ବୁଣିଥିଲେ, ଦେଶକୁ ଖଣ୍ଡ ଖଣ୍ଡ କରିବାର ‘ଟୁକଡେ ଟୁକଡେ ଗ୍ୟାଙ୍ଗ’ର ବିଷାକ୍ତ ସ୍ଲୋଗାନ ଦେଉଥିଲେ ଏବଂ ସର୍ବଦା ଆତଙ୍କବାଦୀଙ୍କ ଭଳି ସ୍ୱର ଉତ୍ତୋଳନ କରୁଥିଲେ, ସେ ଆଜି କେଉଁ ସାହସରେ ସମ୍ୱଲପୁରର ସ୍ୱାଭିମାନୀ ମାଟିରେ ପାଦ ଦେଇ ଓଡ଼ିଶାବାସୀଙ୍କୁ ଜ୍ଞାନ ବାଣ୍ଟୁଛନ୍ତି।

    ସେ ଆହୁରି କହିଛନ୍ତି, କଂଗ୍ରେସ ଦଳ ନିଜର ଦେଶ ବିରୋଧୀ ଚେହେରାକୁ ଲୁଚାଇବା ପାଇଁ ଏଭଳି ଜଣେ ବିବାଦୀୟ ଓ ଦେଶଦ୍ରୋହୀ ମାନସିକତାର ବ୍ୟକ୍ତିଙ୍କୁ ଓଡ଼ିଶା ଆଣି ଏଠାକାର ଶାନ୍ତିପ୍ରିୟ ପରିବେଶକୁ ନଷ୍ଟ କରିବାକୁ ହୀନ ପ୍ରୟାସ କରୁଛି। ଯାହାକୁ ରାଜ୍ୟର ଜନସାଧାରଣ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ନେବା ପରେ ଦେଶର ଶିକ୍ଷା ବ୍ୟବସ୍ଥାରୁ ପରାଧୀନ ମାନସିକତା ଓ ମେକାଉଲେ ଶିକ୍ଷା ପଦ୍ଧତିର ଅନ୍ତ କରିବା ପାଇଁ ଏକ ପ୍ରଗତିଶୀଳ ଏବଂ ଐତିହାସିକ ‘ଜାତୀୟ ଶିକ୍ଷା ନୀତି’ ଲାଗୁ କରିଛନ୍ତି। ଆଜି ଶ୍ରୀ ପ୍ରଧାନଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁଁଁ ଭାରତର ଶିକ୍ଷା ବ୍ୟବସ୍ଥା ଆନ୍ତରାଷ୍ଟ୍ରୀୟ ସ୍ତରକୁ ଯାଉଛି, ଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଏହି ନୀତିକୁ ଆପଣାଉଛନ୍ତି ଏବଂ ବିଶ୍ୱର ବଡ଼ ବଡ଼ ବିଦେଶୀ କ୍ୟାମ୍ପସ ଆଜି ଭାରତ ମାଟିରେ ପ୍ରତିଷ୍ଠା ହେଉଛି, ଯାହା ଆମ ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ ସୁଯୋଗ ପ୍ରଦାନ କରୁଛି। ଏଭଳି ଜଣେ ରାଷ୍ଟ୍ର ନିର୍ମାତା ତଥା ଯୋଗ୍ୟ ମନ୍ତ୍ରୀଙ୍କ ବିରୋଧରେ କହ୍ନେୟା କୁମାରଙ୍କ ଭଳି ଜଣେ ଅରାଜକତାବାଦୀ ନେତାଙ୍କ ମନ୍ତବ୍ୟ ସୂର୍ଯ୍ୟଙ୍କୁ ଆଲୁଅ ଦେଖାଇବା ସଦୃଶ ଏବଂ ଏହା କଦାପି ଗ୍ରହଣୀୟ ନୁହେଁ। ଦେଶ ବିରୋଧୀ ତତ୍ତ୍ୱ ପ୍ରଚାର କରୁଥିବା ଏଭଳି ବ୍ୟକ୍ତିମାନେ ଓଡ଼ିଶା ଭଳି ପବିତ୍ର ଶିକ୍ଷା ଓ ସଂସ୍କୃତିର ମାଟିରୁ ଦୂରେଇ ରହିବା ଉଚିତ୍। ରାଜ୍ୟରେ ସମ୍ପୂର୍ଣ୍ଣ ରୂପେ ଅସ୍ତିତ୍ୱ ହରାଇ ଦେବାଳିଆ ହୋଇଯାଇଥିବା କଂଗ୍ରେସ ଦଳ ଏବଂ ତାଙ୍କ ନେତା ଭକ୍ତ ଚରଣ ଦାସ ଏବେ ଓଡ଼ିଶାର ଶାନ୍ତି ଓ ସାଂସ୍କୃତିକ ପରିବେଶକୁ ଧୂଳିସାତ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ରଚୁଛନ୍ତି। ବାହାରୁ ଏଭଳି ଦେଶ
    ବିଭାଜନକାରୀ ତତ୍ତ୍ୱଙ୍କୁ ଆଣି ଭକ୍ତ ଦାସ ଓ ସମଗ୍ର କଂଗ୍ରେସ ଦଳ ଓଡ଼ିଶାରେ ସାମ୍ପ୍ରଦାୟିକ ଅଶାନ୍ତି ଓ ଦଙ୍ଗା କରାଇବାକୁ ଚାହୁଁଛନ୍ତି। ଯାହା ଓଡ଼ିଶାର ପ୍ରତିଟି ସ୍ୱାଭିମାନୀ ନାଗରିକଙ୍କୁ ଗଭୀର ଆଘାତ ଦେଇଛି ବୋଲି ମନ୍ତ୍ରୀ କହିଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook