Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ରବିଚନ୍ଦ୍ରନ୍‌ ଅଶ୍ୱିନଙ୍କୁ କୋରୋନା

    Share on :
    ajab-Image
    Date: Jun 21, 2022    Views: 3704

    ମୁମ୍ବାଇ: ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟ୍‌କା । କୋରୋନାରେ ସଂକ୍ରମିତ ହେଲେ ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନ । କୋରୋନାରେ ସଂକ୍ରମିତ ହେବା ପରେ ସେ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ସହ ଗସ୍ତ କରିପାରିନାହାନ୍ତି । ଜୁନ ୧୬ରେ ଟେଷ୍ଟ ମ୍ୟାଚ୍‌ ପାଇଁ ଟିମ୍ ଇଣ୍ଡିଆ ମୁମ୍ବାଇ ଗସ୍ତ କରିଥିବାବେଳେ ଅଶ୍ବିନ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ସେ କ୍ବାରେଣ୍ଟାଇନରେ ରହିଛନ୍ତି ।

    ତେବେ ଜୁଲାଇ ୧ରୁ ଭାରତ ଇଂଲଣ୍ଡ ଟେଷ୍ଟମ୍ୟାଚ ଖେଳାଯିବାକୁ ସୂଚୀ ରହିଛି । ଫଳରେ ଜୁନ୍‌ ୨୪ରୁ ଆରମ୍ଭ ହେବାକୁ ଥିବା ୪ ଦିନିକିଆ ଅଭ୍ୟାସ ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି ଅଶ୍ବିନ । ମାତ୍ର ଟେଷ୍ଟ ମ୍ୟାଚ୍‌ ପାଇଁ ସୁସ୍ଥ ହୋଇଥିବେ ବୋଲି ଅନୁମାନ କରାଯାଉଛି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଅସମାପ୍ତ ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ ଏଜବାଷ୍ଟନରେ ଜୁନ୍ ୧ରୁ ଆରମ୍ଭ ହେବ ।

    Maximum 500 characters

    ଖେଳ ଖବର View all

    Find Us on Facebook