Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଦିନିକିଆ କ୍ରିକେଟ୍‌କୁ ଅଲ୍‌ବିଦା କହିଲେ କ୍ୱିଣ୍ଟନ ଡି କକ୍‌

    Share on :
    ajab-Image
    Date: Nov 17, 2023    Views: 2551

    ମୁମ୍ବାଇ: ଦିନିକିଆ କ୍ରିକେଟରୁ ଦକ୍ଷିଣ ଆଫ୍ରିକାର ଓ୍ବିକେଟ୍ କିପର-ବ୍ୟାଟର କ୍ୱିଣ୍ଟନ ଡି କକ୍‌ଙ୍କ ଆଲବିଦା । ଓ୍ବାନଡେ’ କ୍ରିକେଟ୍ ଆଉ ଖେଳିବେ ନାହିଁ ଏହି ଷ୍ଟାର ଖେଳାଳି । ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲ୍‌ ମୁକାବିଲା ଖେଳି ସେ ଦିନିକିଆ କ୍ରିକେଟ୍‌କୁ ଅଲ୍‌ବିଦା କହିଛନ୍ତି । ମାତ୍ର  ୩୦ବର୍ଷ ବୟସରେ ସେ ଓ୍ବାନଡେ’ କ୍ରିକେଟ୍‌ରୁ ଅବସର ନେଇଛନ୍ତି । କ୍ୟାରିୟର୍‌ର ଶ୍ରେଷ୍ଠ ଫର୍ମରେ ରହିଥିଲେ ହେଁ ଡି କକ୍‌ ନିଜ ପୂର୍ବ ନିଷ୍ପତ୍ତିରେ ଅଟଳ ରହିଛନ୍ତି । ପୂର୍ବ ଚଳିତ ବିଶ୍ବକପ ତାଙ୍କର ଶେଷ ବିଶ୍ବକପ ହେବ ବୋଲି ଘୋଷଣା କରିଥିଲେ ।

    ଚଳିତ ବିଶ୍ୱକପ୍‌ରେ କ୍ୱିଣ୍ଟନ ଡି କକ୍‌ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିଲେ । ସେ ୧୦ଟି ମ୍ୟାଚ୍‌ରୁ ୬୫.୬୭ ହାରରେ ମୋଟ୍‌ ୫୯୧ ରନ୍‌ ସଂଗ୍ରହ କରିଥିଲେ । ଏଥର ବିଶ୍ୱକପ୍‌ରେ ସେ ୪ଟି ଶତକ ଅର୍ଜନ କରିଥିଲେ । ୨୦୧୩ରେ ମାତ୍ର  ୨୦ ବର୍ଷ ବୟସରେ ଡି କକ୍‌ ଦିନିକିଆ ପଦାର୍ପଣ  କରିଥିଲେ । ୧୦ବର୍ଷର କ୍ୟାରିୟର ମଧ୍ୟରେ ସେ ୧୫୪ଟି  ଦିନିକିଆ ଖେଳି ୪୬.୦୩ ହାରରେ ମୋଟ୍‌ ୬୯୯୧  ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ୨୧ଟି ଶତକ ଓ ୩୦ଟି  ଅର୍ଦ୍ଧଶତକ ରହିଛି । ସୂଚନାଯୋଗ୍ୟ, ଡି କକ୍‌ ୨ବର୍ଷ  ତଳୁ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିସାରିଛନ୍ତି । ଏବେ କେବଳ ସେ ଟି-୨୦ କ୍ରିକେଟ୍ ଖେଳିବେ ।

    Maximum 500 characters

    ଖେଳ ଖବର View all

    Find Us on Facebook