Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଗିରଫ ହୋଇପାରନ୍ତି ପୁଟିନ

    Share on :
    ajab-Image
    Date: Mar 18, 2023    Views: 4631

    ନୂଆଦିଲ୍ଲୀ: ଗିରଫ ହୋଇପାରନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ୟୁକ୍ରେନରେ ଯୁଦ୍ଧ ଅପରାଧକୁ ନେଇ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ (ଆଇସିସି) ଗିରଫ ପରୱାନା ଜାରି କରିଛନ୍ତି। ୟୁକ୍ରେନରେ ଶିଶୁଙ୍କ ଅପହରଣ ଏବଂ ବେଆଇନ ଚାଲାଣ ପାଇଁ ପୁଟିନ୍ ଦାୟୀ ବୋଲି କୋର୍ଟ କହିଛନ୍ତି। ୟୁକ୍ରେନ ଉପରେ ଆକ୍ରମଣ କରି ବଡ଼ ଅପରାଧ କରିଛନ୍ତି ପୁଟିନ । ୟୁକ୍ରେନ ଉପରେ ଆକ୍ରମଣ ଯୋଗୁଁ ହଜାର ହଜାର ଶିଶୁ, ମହିଳା ଓ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିପାଇଁ ଦାୟୀ ପୁଟିନ୍। ତାଙ୍କୁ ଗିରଫ କରିବାର ଆବଶ୍ୟକତା ରହିଛି ବୋଲି ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ କହିଛନ୍ତି । ମାନବାଧିକାର ସଂଗଠନଗୁଡିକ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ରିପୋର୍ଟ ଅନୁଯାୟୀ ଆଇସିଜେର ପ୍ରି-ଟ୍ରାଏଲ ଚ୍ୟାମ୍ବରରେ ପୁଟିନଙ୍କ ସମେତ ରୁଷିଆର ଶିଶୁ ଅଧିକାର କମିଶନର ମାରିୟା ଆଲେକ୍ସୟେଭନା ଲଭୋଭା-ବେଲୋଭାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି।
    ରୁଷ୍‌ ଓ ୟୁକ୍ରେନ୍ ମଧ୍ୟରେ ବିବାଦକୁ ନେଇ ଶୁଣାଣି ହୋଇଥିବା ବେଳେ କୋର୍ଟ ଏହି ରାୟ ଦେଇଛନ୍ତି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook