Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପୁଟିନ୍

    Share on :
    ajab-Image
    Date: Dec 5, 2025    Views: 2917

      ନୂଆଦିଲ୍ଲୀ: ୨ ଦିନିଆ ଭାରତ ଗସ୍ତରେ ଆସିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କର ଆଜି ରାଷ୍ଟ୍ରପତି ଭବନରେ ଗ୍ରାଣ୍ଡ ୱେଲକମ କରାଯାଇଛି । ପୁଟିନଙ୍କୁ ୨୧ ତୋପର ସଲାମୀ ସହିତ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଗାର୍ଡ ଅଫ୍ ଅନର ଯେକୌଣସି ରାଷ୍ଟ୍ରମୁଖ୍ୟଙ୍କୁ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପସ୍ଥିତ ଥିଲେ । ଏହା ପରେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଭ୍ଲାଦିମିର ପୁଟିନ୍ । ବାପୁଙ୍କ ସମାଧି ସାମ୍ନାରେ ମୁଣ୍ଡ ନୁଆଁଇବା ସହିତ ପରିକ୍ରମା କରିଛନ୍ତି । ପୂର୍ବାହ୍ନ ସାଢ଼େ ୧୧ଟାରେ ସେ ରାଜଘାଟକୁ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହା ସହିତ ରାଜଘାଟରେ ଥିବା ଭିଜିଟର୍ସ ଡାଏରୀରେ ହସ୍ତାକ୍ଷର କରିଛନ୍ତି ପୁଟିନ୍ । ଏହାପରେ ହାଇଦ୍ରାବାଦ ହାଉସ୍ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିଛନ୍ତି । ଦୁହିଁଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook