ମୁଖ୍ୟ ଖବର
ନୂଆଦିଲ୍ଲୀ:ପୁଟିନଙ୍କ ଭାରତ ଗସ୍ତ ଉପରେ ସାରା ଦୁନିଆର ନଜର । ଦିଲ୍ଲୀରେ ହେବ ଡିଲ । ଗୁରୁବାର ଭାରତ ଆସିବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ବନ୍ଧୁତା-ରାତ୍ରୀ ଭୋଜନ-କୂଟନୀତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ପୁଟିନ୍ ଭାରତ ଆସୁଛନ୍ତି । ୪-୫ ଭାରତ ଗସ୍ତରେ ରହିବେ ରୁଷ ରାଷ୍ଟ୍ରପତି ପୁଟିନ । ସେ ୨୩ତମ ଭାରତ-ରୁଷିଆ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ ।
ରିପୋର୍ଟ ଅନୁଯାୟୀ ଗସ୍ତ ସମୟରେ ରାଷ୍ଟ୍ରପତି ପୁଟିନ୍ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । ପୁଟିନଙ୍କ ଭାରତ ଗସ୍ତକୁ ନେଇ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ପୁଟିନ ୪ ତାରିଖ ସଂଧ୍ୟରେ ଦିଲ୍ଲୀ ପହଞ୍ଚିବେ । ଏହା ପରେ ସଂଧ୍ୟା ୭ ଟାରେ ଲୋକ କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ରାତ୍ରୀ ଭୋଜନ କରିବେ । ୫ ତାରିଖ ସକାଳ ୯ ଟାରେ ରାଷ୍ଟ୍ରପତି ଭବନରେ ତାଙ୍କୁ ସ୍ୱାଗତ କରାଯିବ ।
ପୁଟିନଙ୍କୁ ୩ ସେନା ପକ୍ଷରୁ ଗାର୍ଡ ଅଫ ଅନର ଦିଆଯିବ । ୧୦ ଟାରେ ରାଜଘାଟ ଯିବେ ପୁଟିନ । ୧୧ ଟାରେ ହାଇଦ୍ରାବାଦ ହାଉସରେ ପୁଟିନ ୨୩ ତମ ଭାରତ ରୁଷିଆ ଶିଖର ବୈଠକରେ ଯୋଗ ଦେବେ । ଏହି ବୈଠକରେ ପ୍ରତିରକ୍ଷା, ଶକ୍ତି, ବ୍ୟାପାର, ବୈଷୟିକ, ଅନ୍ତରୀକ୍ଷ, ସାମରିକ ସହଯୋଗ ପରି ଅନେକ କ୍ଷେତ୍ରରେ ମହତ୍ୱପୂର୍ଣ ଆଲୋଚନା ଏବଂ ନିଷ୍ପତ୍ତି ନିଆଯିବ । ଏହାପରେ ମିଳିତ ଭାବେ ଦୁଇ ନେତା ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ । ସନ୍ଧ୍ୟା ୪ ଟାରେ ଦୁଇ ନେତା ଭାରତ ରୁଷିଆ ବିଜନେସ ଫୋରମକୁ ସମ୍ବୋଧିତ କରିବେ ।
ପୂର୍ବ ବର୍ଷ ଭାରତ ରୁଷିଆ ବିଜନେସ ନୂଆ ରେକର୍ଡ ହାସଲ କରିଥିବାରୁ ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ ହେବ । ୫ ତାରିଖ ସଂଧ୍ୟା ୭ ଟାରେ ପୁଟିନଙ୍କ ସମ୍ମାନ ପାଇଁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ରାତ୍ର ଭୋଜନର ଆୟୋଜନ କରିବେ । ପ୍ରାୟ ୩୦ ଗଣ୍ଟା ସମୟ ମଧ୍ୟରେ ସମସ୍ତ କାର୍ୟ୍ୟକ୍ରମ ଅନିଷ୍ଠିତ ହେବ । ରୁଷିଆଠାରୁ ତୈଳ ଆମଦାନୀ କରୁଥିବାରୁ ଆମେରିକା, ଭାରତ ଉପରେ ଭାରୀ ଶୁଳ୍କ ଲଗାଇଥିଲା। ଏହି ସମୟରେ ଭାରତ ଓ ଆମେରିକା ମଧ୍ୟରେ ଥିବା ସମ୍ପର୍କରେ ତିକ୍ତତା ଆସିଥିବା ବେଳେ ରୁଷ୍ ସହିତ ଭାରତର ସମ୍ପର୍କ ନିବିଡ଼ ହୋଇଥିଲା।
Comments ସମସ୍ତ ମତାମତ