Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶ୍ରୀକ୍ଷେତ୍ରରେ ପବିତ୍ର ପଞ୍ଚୁକ ବ୍ରତ ଆରମ୍ଭ

    Share on :
    ajab-Image
    Date: Nov 21, 2026    Views: 2794

    ପୁରୀ: ଆଜି ଶ୍ରୀମନ୍ଦିରରେ ହରିଉତ୍ଥାପନ ଏକାଦଶୀ । ଶ୍ରୀକ୍ଷେତ୍ରରେ ଆରମ୍ଭ ପବିତ୍ର ପଞ୍ଚୁକ ବ୍ରତ ।  ପ୍ରଥମ ଦିବସରେ ନିଦ୍ରାରୁ ଉଠିବେ  ଶ୍ରୀହରି । ଏହି ଅବସରରେ ଶ୍ରୀବିଗ୍ରହଙ୍କ  ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ । ପଞ୍ଚୁକ ବ୍ରତ ପାଳନ ପାଇଁ ଶ୍ରୀକ୍ଷେତ୍ରରେ ଭିଡ଼ ଲାଗିଛି ।  ବ୍ରତ ପାଳନ ସହ ଠାକୁରଙ୍କ ଦୁର୍ଲଭ ବେଶ  ଦର୍ଶନ କରିବାର ସୌଭାଗ୍ୟ ଲଭିବେ ଶ୍ରଦ୍ଧାଳୁ । ଚଳିତ ବର୍ଷ ପଞ୍ଚୁକ ୪ ଦିନ । ଏଥର ଦ୍ୱାଦଶୀ  କ୍ଷୟ ପଡ଼ୁଥିବାରୁ ଠାକୁରଙ୍କ ବାଙ୍କଚୂଡ଼ ତଥା ବାବନ ବେଶ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନର ପୂର୍ବ ସୂଚନା ରହିଛି ।

    ଆଷାଢ଼ ଶୁକ୍ଳ ଏକାଦଶୀରେ ନିଦ୍ରା  ଯାଇଥିଲେ ଶ୍ରୀହରି । ୪ ମାସ ପରେ ହରିଉତ୍ଥାପନ ଏକାଦଶୀ ଅବସରରେ ଠାକୁରେ ନିଦ୍ରାରୁ ଉଠିବେ । ବଡ଼ସିଂହାର ବେଶ ଓ ବଡ଼ସିଂହାର ଭୋଗ  ପରେ ମହାପ୍ରଭୁଙ୍କର ଏହି ନୀତି ହେବ । ପଞ୍ଚୁକ ୫ଦିନରେ ଦାରୁଦେବତାଙ୍କର ଭିନ୍ନ ଭିନ୍ନ ବେଶ ହୋଇଥାଏ । ପ୍ରଥମ ଦିନ  ଠାକୁରଙ୍କ ଲକ୍ଷ୍ମୀନାରାୟଣ ବେଶ ହେବ । ଅବକାଶ ନୀତି ପରେ  ଠାକୁରଙ୍କ ବେଶ ଆରମ୍ଭ ହେବ । ମୂଲ୍ୟବାନ ସ୍ୱର୍ଣ୍ଣ ଅଳଙ୍କାର,  ପାଟବସ୍ତ୍ର ଓ ପୁଷ୍ପମାଲ୍ୟ ପରିଧାନ କରିବେ ଠାକୁରେ । ପୁଷ୍ପାଳକ  ସେବକମାନେ ତିନି ଠାକୁରଙ୍କୁ ଲକ୍ଷ୍ମୀ ନାରାୟଣ  ବେଶରେ ବିଭୂଷିତ  କରିବେ । ଏହି ବେଶରେ ଶ୍ରୀବିଗ୍ରହ ଶ୍ରୀଭୁଜ ଓ ଶଙ୍ଖ, ଚକ୍ର, ହଳ  ମୂଷଳ ଆଦି ଅଳଙ୍କାର  ଧାରଣ କରିବେ । ଶ୍ରୀମସ୍ତକରେ ସ୍ୱର୍ଣ୍ଣ  କିରୀଟ ଶୋଭା ପାଇବ । ବ୍ରତଧାରୀଙ୍କ ସମେତ ଶ୍ରଦ୍ଧାଳୁମାନେ ଏହି  ବେଶରେ ଠାକୁରଙ୍କୁ ଦର୍ଶନ କରି କୁତାର୍ଥ ହେବେ ।  

    କାର୍ତ୍ତିକ ମାସର ଧାର୍ଯ୍ୟ ନୀତି ନୀର୍ଘଣ୍ଟ ଅନୁସାରେ ଶ୍ରୀମନ୍ଦିର  ଦ୍ୱାର ଫିଟା ପ୍ରାତଃ ୪ଟାରେ ହୋଇ ଠାକୁରଙ୍କ ନୀତି ଆଗେଇବ ।  ୨୨ ତାରିଖ ରବିବାର ତ୍ରୟୋଦଶୀରେ ମହାପ୍ରଭୁଙ୍କ ଡାଳିକିଆ ତଥା  ତ୍ରିବିକ୍ରମ ବେଶ ହେବ । ସେଦିନ ଗରୁଡ଼ ଉତ୍ଥାପନ ନୀତି ହେବ ।  ୨୩ ତାରିଖ ସୋମବାର ଚର୍ତୁଦ୍ଦଶୀରେ ଠାକୁରଙ୍କ ଲକ୍ଷ୍ମୀନୃସିଂହ ବେଶ  ହେବ । ୨୪ ତାରିଖ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ  ମହାପ୍ରଭୁ ରାଜାଧିରାଜ ବା ସୁନାବେଶରେ ବିଭୂଷିତ ହେବେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook