Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଜାଲ୍‌ ଦସ୍ତଖତରେ ନିଯୁକ୍ତିପତ୍ର

    Share on :
    ajab-Image
    Date: Aug 6, 2026    Views: 3382

    ପୁରୀ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଜାଲ୍ ଦସ୍ତଖତ ଥାଇ ଦିଆଯାଇଥିବା ଏକ ନକଲି ନିଯୁକ୍ତିପତ୍ର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ହସ୍ତଗତ ହୋଇଛି। ସେଥିରେ ଜଣେ ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ସ୍କ୍ବାଡ୍‌ରେ ନିଯୁକ୍ତି ଦିଆଯାଇଛି। ତେବେ ଏହା ଏକ ନକଲି ନିଯୁକ୍ତିପତ୍ର ବୋଲି ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ସୂଚନା ଦେଇଛନ୍ତି। ବୁଧବାର ପୁରୀ ସଦର ଜମାରସୁଆଁର ଜଣେ ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ସ୍କ୍ବାଡ୍‌ରେ ସାମିଲ ହେବାକୁ ନିଯୁକ୍ତିପତ୍ର ମିଳିଥିବା ଦେଖିବାକୁ ମିଳିଥିଲା। ସେଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦସ୍ତଖତ ଜାଲ କରି ନିଯୁକ୍ତିପତ୍ର ପ୍ରସ୍ତୁତ କରାଯାଇଥିଲା। ଘଟଣାର ଗୁରୁତ୍ବକୁ ଅନୁଭବ କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଘଟଣାର ତଦନ୍ତ କରିବା ପାଇଁ ସ୍ବତନ୍ତ୍ର ସୁରକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଜାଲ୍ ନିଯୁକ୍ତିପତ୍ର କାରବାରରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ ମାମଲା ରୁଜୁ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook