Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଚିରିଗଲା ପତିତପାବନ ବାନା

    Share on :
    ajab-Image
    Date: May 28, 2026    Views: 3415

    ପୁରୀ:  ବୁଧବାର ପୁରୀରେ ହୋଇଥିବା କାଳବୈଶାଖୀଜନିତ ବର୍ଷା ଓ ପବନ ଯୋଗୁ ଶ୍ରୀମନ୍ଦିର ନୀଳଚକ୍ରରେ ଅକ୍ଷୟ ଦଣ୍ଡ ଉପରେ ଲାଗିଥିବା ପତିତପାବନ ବାନା ଆଂଶିକ ଚିରି ଯାଇଥିବା ବେଳେ ମାନସିକ ବାନା ଛିନ୍ନଛତ୍ର ହୋଇ ଉଡ଼ି ଯାଇଥିଲା । ମାନସିକ ବାନା ମଧ୍ୟରୁ କିଛି ଅଁଳା ବେଢ଼ା ଉପରେ ଥିବା ବଜ୍ରପାତ ନିରୋଧୀ ଆଣ୍ଟିନାଗୁଡ଼ିକରେ ଲାଗିଥିବା ବେଳେ କିଛି ପବନରେ ଅଜ୍ଞାତ ସ୍ଥାନକୁ ଉଡ଼ି ଯାଇଥିଲା । ବର୍ଷାପବନ ପରେ ଏହା ଜଣାପଡ଼ିଥିଲା । ରାତିପ୍ରାୟ ସାଢ଼େ ୭ଟା ବେଳକୁ ପୁରୀରେ କାଳବୈଶାଖୀଜନିତ ବର୍ଷା, ପବନ ଚାହୁଁ ଚାହୁଁ ବଢ଼ିଥିଲା । ଅପରାହ୍ଣରୁ ଆକାଶ ମେଘାଚ୍ଛନ୍ନ ରହିଥିବା ବେଳେ ସନ୍ଧ୍ୟା ପରେ ଘନ ଘନ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଥିଲା ।
    ସେପଟେ ଜାର୍ ପବନ ଓ ବର୍ଷା ଯୋଗୁଁ ପୁରୀରେ ତାପମାତ୍ରା ପ୍ରାୟ ୨ ରୁ ୩ଡିଗ୍ରୀ ହ୍ରାସ ପାଇଛି । ତେବେ ରାତିର ତାପମାତ୍ରା ପ୍ରାୟ ୨୯ ରହିଥିଲେ ହେଁ ୩୬ ଡିଗ୍ରୀ ତାପମାତ୍ରାରେ ରହିବା ଭଳି ଅନୁଭବ ହୋଇଥିଲା ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook