Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭିତର ରତ୍ନଭଣ୍ଡାର: ମେ ୧୧ ପରେ ପୁଣି ଗଣତି ମଣତି

    Share on :
    ajab-Image
    Date: Apr 19, 2026    Views: 3029

    ପୁରୀ : ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଶନିବାର ଚତୁର୍ଥ ଦିବସର ଗଣତି ମଣତି କାର୍ୟ୍ୟ ଶେଷ ହୋଇଛି। ଦୀର୍ଘ ୭ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଗଣତି ମଣତି କାର୍ୟ୍ୟ ହୋଇଥିଲା। ଦିନ ୧୨ ଟା ୦୧ ରୁ ସନ୍ଧ୍ୟା ୭ ଟା ୨୫ ମିନିଟ୍ ପର୍ୟ୍ୟନ୍ତ ଗଣତି ମଣତି କାର୍ୟ୍ୟ ହୋଇଥିଲା।
    ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ଅନୁସାରେ ୧୯୭୮ ମସିହାର ତାଲିକା ସହ ଭିତର ରତ୍ନଭଣ୍ଡାରର ଗଣତି ମଣତି ମେଳକ ସମ୍ପୂର୍ଣ୍ଣ ଶତପ୍ରତିଶତ ହୋଇଛି। ପ୍ରତ୍ୟେକ ରତ୍ନ ଅଳଙ୍କାର କୁ ବଣିଆ ସେବକ ଏବଂ ରତ୍ନ ବିଶାରଦଙ୍କ ଦ୍ବାରା ଚିହ୍ନଟ କରାଯାଉଛି। ରତ୍ନ ପଥର ଗୁଡିକ ଚିହ୍ନଟ ପାଇଁ ଅତ୍ୟାଧୁନିକ ମେସିନ ବ୍ୟବହାର କରାଯାଉଛି। ପ୍ରତ୍ୟେକ ରତ୍ନ ଅଳଙ୍କାରର ଭିଡିଓଗ୍ରାଫି, ଫଟୋଗ୍ରାଫି ଏବଂ ଥ୍ରୀଡି ସ୍କାନିଙ୍ଗ କରାଯାଇ ଇ କ୍ୟାଟଲକ ମଧ୍ୟ କରାଯାଉଛି। ୧୯୭୮ ମସିହାରେ ଗଣତି ମଣତି ହୋଇଥିବା ବେଳେ ପ୍ରତ୍ୟେକ ରତ୍ନ ଅଳଙ୍କାରର ନମ୍ବରିଙ୍ଗ ହୋଇଥିଲା। ଯାହା ଫଳରେ ମେଳକ କରିବାରେ ବହୁତ ସହଜ ହୋଇଥିଲା। ୨୦୨୬ ଗଣତି ମଣତି ବେଳେ ପ୍ରତ୍ୟେକ ରତ୍ନ ପଥରକୁ ଅତ୍ୟାଧୁନିକ ମେସିନ ସାହାଯ୍ୟରେ ଚିହ୍ନଟ କରାଯାଇଛି। ଏଣୁ ରତ୍ନ ପଥରକୁ ଚିହ୍ନଟ ନେଇ ଆଜି ପର୍ୟ୍ୟନ୍ତ କୌଣସି ସମସ୍ୟା ହୋଇନାହିଁ।

    ଆଗକୁ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଥିବାରୁ ନୀତି ବହୁଳତା ପାଇଁ ଗଣତି ମଣତି କାର୍ୟ୍ୟ ସମ୍ଭବ ହେବ ନାହିଁ। ତେଣୁ ଭିତର ଚନ୍ଦନଯାତ୍ରା ସମୟରେ ସମୟ ବାହାର କରାଯାଇ ଗଣତି ମଣତି କାର୍ୟ୍ୟ କରାଯିବ। ମାର୍ଚ୍ଚ ୨୫ ରୁ ଆରମ୍ଭ ହୋଇଥିବା ଗଣତି ମଣତି କାର୍ୟ୍ୟ ମୋଟ ୯ ଦିନରେ ୫୭ ଘଣ୍ଟା ୮ ମିନିଟ୍ ସମୟ ଲାଗିଛି। ଗଣତି ମଣତି ପାଇଁ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଆଗାମୀ ଦିନରେ ମେ ୧୧ ପରେ ଗଣତି ମଣତି କାର୍ୟ୍ୟ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook