Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଆରମ୍ଭ

    Share on :
    ajab-Image
    Date: Apr 13, 2026    Views: 3154

    ପୁରୀ: ଆରମ୍ଭ ହେଲା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ । ଆଜି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇଛି । ରତ୍ନଭଣ୍ଡାର ଟିମର ସଦସ୍ୟମାନେ ମହାପ୍ରଭୁଙ୍କ ସକାଳ ଧୂପ ନୀତି ପରେ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲେ । ଏହି ଟିମ୍‌ରେ ଶ୍ରୀମନ୍ଦିରର ବଣିଆ ସେବକ, RBI ଅଧିକାରୀ, ରତ୍ନ ପଥର ବିଶେଷଜ୍ଞ ଏବଂ ଭିଡ଼ିଓ ଗ୍ରାଫର ଓ ଫଟୋ ଗ୍ରାଫର ବି ସାମିଲ ଅଛନ୍ତି ।
    ଏସଓପି ଅନୁଯାୟୀ ସମସ୍ତ ରତ୍ନ ଅଳଙ୍କାରର ଭିଡ଼ିଓ ଗ୍ରାଫି ଓ ଥ୍ରୀଡି ମ୍ୟାପିଂ କରାଯିବ । ଏହି ସବୁକୁ ନେଇ ଏକ ଡିଜିଟାଲ କାଟଲଗ୍ ପ୍ରସ୍ତୁତ କରାଯିବ ।ଯାହାଦ୍ୱାରା ଆଗାମୀ ଭବିଷ୍ୟତରେ ଯେତେବେଳେ ଗଣତି ମଣତି ହେବ ଏହି ତଥ୍ୟ ସେହି ସମୟରେ ଅନେକ ସହାୟତା କରିବ। ପ୍ରଥମେ ଗତ ମାର୍ଚ୍ଚ ୨୫ ତାରିଖରେ ପ୍ରଥମେ ଚଳନ୍ତି ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ହୋଇଥିଲା । ପରେ ଏପ୍ରିଲ ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ବାହାର ରତ୍ନ ଭଣ୍ଡାରର ଗଣତି ମଣତି କାର୍ଯ୍ୟ ହୋଇଥିଲା । ଆସନ୍ତା ସ୍ନାନଯାତ୍ରା ପୂର୍ବରୁ ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ଗଣତି ମଣତି କାର୍ଯ୍ୟ ଶେଷ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook