Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୁରୀ ମାଟିତଳେ ଐତିହ୍ୟ କିର୍ତ୍ତିରାଜି

    Share on :
    ajab-Image
    Date: Mar 23, 2026    Views: 2448

    ଭୁବନେଶ୍ଵର: ପୁରୀ ମାଟିତଳେ ପ୍ରାଚୀନ ଐତିହ୍ୟ ନଗରୀ। ଶ୍ରୀମନ୍ଦିରରୁ ସମୁଦ୍ର ଯାଏଁ ଅଛି ସୁଡ଼ଙ୍ଗ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବେଳେ ମାଟି ତଳୁ ଗଙ୍ଗବଂଶ ସମୟର ସିଂହମୂର୍ତ୍ତି ସହ ପ୍ରାଚୀନ କୀର୍ତ୍ତିରାଜି ଠାବ। ଜିପିଆରଏସ୍ ରିପୋର୍ଟରେ ସାମ୍ନାକୁ ଆସିଲା ବିସ୍ଫୋରକ ତଥ୍ୟ। କେବଳ ଶ୍ରୀମନ୍ଦିର କଡ଼ କି ଶ୍ରୀମନ୍ଦିର ପ୍ରକଳ୍ପ ପରିସର ନୁହେଁ ସହର ସାରା ଐତିହ୍ୟ କିର୍ତ୍ତିରାଜିରେ ଭର୍ତ୍ତି।

    ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସ୍ତୁତି ବେଳେ ବିନା ଜିପିଆର୍ ସର୍ଭେରେ ଖୋଳାଖୋଳି ଚାଲିଥିଲା। ଏହି ସମୟରେ ଗଙ୍ଗବଂଶ ସମୟରେ କୀର୍ତ୍ତିରାଜିର ସନ୍ଧାନ ମିଳିଥିଲା। ଏମାର ମଠ, ସହ ନୃସିଂହ ମନ୍ଦିର, ବୁଢୀ ମା ମନ୍ଦିର ଏବଂ ଶ୍ରୀଜଗନ୍ନାଥ ମନ୍ଦିର ରାସ୍ତା ଅଞ୍ଚଳରେ ମୋଟ ୪୩ଟି ଐତିହ୍ୟ ଠାବ ହୋଇଥିଲା। ନିର୍ମାଣ ବେଳେ ମାଟି ତଳେ ୨୧.୬ ବର୍ଗମିଟର ପରିମିତ ଅଞ୍ଚଳର କୋଠା ଠାବ ହୋଇଥିଲା। ଏହା ସହ ଅନ୍ୟାନ୍ୟ ଧାତୁର ପାତ୍ର ସହ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ ମିଳିଥିଲା। ଜେସିବି ଖୋଲିଲା ବେଳେ ମାଟି ତଳୁ ଦୁଇଟି ସିଂହମୂର୍ତ୍ତି ଭାଙ୍ଗି ଦେଇଥିଲା। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା।ଖନନ ବେଳେ ଯେତିକି ଲୋକଲୋଚନକୁ ଆସିଲା ସେତିକି ଖୋଳି ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ଯାଞ୍ଚ କରିଥିଲା। ଏଏସଆଇ ଦୁଇଟି ସିଂହମୂର୍ତ୍ତି, ୩୦ ଫୁଟ ଲମ୍ଵ ଓ ୩ ଫୁଟ ଓସାରର ପ୍ରାଚୀରକୁ ଯାଞ୍ଚ କରିଥିଲା। ଏଥିସହିତ ୩ ମିଟର ଓସାର ଓ ୭.୬ ମିଟର ଲମ୍ଵର ଏକ କଠୋରୀ ୨୦୨୨ ମସିହାରେ ଠାବ ହୋଇଥିଲା। ଏହି ଜାଗାରେ ସୁବର୍ଣ୍ଣ ମୂର୍ତ୍ତି ପୂଜା ପାଉଥିବା ଗବେଷକମାନେ ମତ ଦେଇଥିଲେ।

    ବିନା ଜିପିଆର ସର୍ଭେ କରି ମନ୍ଦିର ଚତୁଃପାର୍ଶ୍ଵରେ ପରିକ୍ରମା ପ୍ରକଳ୍ପ ପାଇଁ ଯେଉଁ ଖୋଳାତଡ଼ା କରାଯାଇଥିଲା ସେଥିରେ ବହୁ କୀର୍ତ୍ତିରାଜି ନଷ୍ଟ ହୋଇଥିବା ଏବଂ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଫଳରେ ବାଧ୍ୟ ହୋଇ ଶ୍ରୀମନ୍ଦିର ପ୍ରଶାସନ ୪୦ ଲକ୍ଷ ଖର୍ଚ୍ଚ କରି ଓବିସିସି ଜରିଆରେ ଜିପିଆର୍ ସର୍ଭେ କରାଇଥିଲା। ଗାନ୍ଧୀନଗର ଆଇଆଇଟି ସର୍ଭେ କରି ରିପୋର୍ଟ ଦାଖଲ କରିଥିଲା। ସୁରକ୍ଷିତ ଖନନ କରି ଏସବୁକୁ ସୁରକ୍ଷିତ କରାଯାଇ ପାରେ ବୋଲି ଜିପିଆର୍ ସର୍ଭେ ରିପୋର୍ଟରେ ଶ୍ରୀମନ୍ଦିର ପ୍ରଶାସନକୁ ଦେଇଥିଲା। ହେଲେ ଶ୍ରୀମନ୍ଦିର ପ୍ରଶାସନ କହୁଛି ଆମ ପାଖକୁ ରିପୋର୍ଟ ଆସିନି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook