ମୁଖ୍ୟ ଖବର
ପୁରୀ: ଆରମ୍ଭ ହେଲା ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟରେ ପ୍ରକଳ୍ପ ସାଂସ୍କୃତିକ ଏବଂ ପ୍ରକଳ୍ପ ବୈଷୟିକ ସବକମିଟିର ଯୁଗ୍ମ ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧକ୍ଷ ତାରେ ଆରମ୍ଭ ହେଲା ବୈଠକ । ବୈଠକରେ ଭିସିରେ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଓବିସିସିର ମ୍ୟାନେଜିଂ ଡାଇରେକ୍ଟର । ସିଧାସଳଖ ବୈଠକରେ ଉପସ୍ଥିତ ରହିଛନ୍ତି ଜିଲ୍ଲାପାଳ, ଏସପି, ଓବିସିସିର ଅଧିକାରୀ, ପରିଚାଳନା କମିଟି ସଦସ୍ୟ ଏବଂ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ । ଓବିସିସି ତରଫରୁ ବିଭିନ୍ନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା ସହ ନୂତନ ପ୍ରକଳ୍ପ ଗୁଡିକର ରୂପରେଖ ଉପରେ ବୈଠକରେ ବିସ୍ତୃତ ଆଲୋଚନା କରାଯିବ ।
ଶ୍ରୀ ଜଗନ୍ନାଥ ମନ୍ଦିର ଓ ରଥଯାତ୍ରା ସମ୍ପର୍କିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ମାନଙ୍କର ଅଗ୍ରଗତିର ସମୀକ୍ଷା କରିବେ ଗଜପତି ମହାରାଜା । ଆସନ୍ତା ରଥଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟ ସମାପନ ଉପରେ ବୈଠକରେ ଆଲୋଚନା କରାଯିବ । ଏହାସହ ବୈଠକରେ ଜଗନ୍ନାଥ ବଲ୍ଲଭ ପିଲଗ୍ରିମ ସେଣ୍ଟର ଏବଂ ବାସେଳି ସାହି ଧର୍ମଶାଳାର ବକେୟା କାର୍ୟ୍ୟମାନଙ୍କ ଅଗ୍ରଗତିର ମଧ୍ୟ ସମୀକ୍ଷା କରାଯିବ । ଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ ଓ ମାଟିତୋଟାରେ ସେବାୟତ ମାନଙ୍କ ପିଲାଙ୍କ ପାଇଁ ଆଦର୍ଶ ଗୁରୁକୁଳ ଯୋଜନାର ଅଗ୍ରଗତି ଉପରେ ମଧ୍ୟ ଯୁଗ୍ମ ବୈଠକରେ ଆଲୋଚନା କରାଯିବ ।
Comments ସମସ୍ତ ମତାମତ