Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରଥଯାତ୍ରା ପୂର୍ବରୁ ସରିବ ଶ୍ରୀଗୁଣ୍ଡିଚା ମନ୍ଦିର କାମ

    Share on :
    ajab-Image
    Date: Mar 15, 2026    Views: 3557

    ପୁରୀ:  ଆସନ୍ତା ରଥଯାତ୍ରା ପୂର୍ବରୁ ସରିବ ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଥିବା ନିର୍ମାଣ କାର୍ୟ୍ୟ। ଓବିସିସି ଦ୍ବାରା ଚାଲିଥିବା ପ୍ରକଳ୍ପ କାର୍ୟ୍ୟ ଗୁଡିକର ସମୀକ୍ଷା କରି ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।ସେ କହିଛନ୍ତି, ସମସ୍ତ ନୂତନ ନିର୍ମାଣ କାର୍ୟ୍ୟ ପାରମ୍ପରିକ କଳିଙ୍ଗ ଶୈଳୀର ସ୍ଥାପତ୍ୟକଳା ଅନୁସାରେ କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ଓ ରଥଯାତ୍ରା ସମ୍ପର୍କିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼କ୍ଟର ଅରବିନ୍ଦ ପାଢ଼ୀ।ସମୀକ୍ଷା ବୈଠକରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଥିବା ବିଭିନ୍ନ କାର୍ୟ୍ୟ ଯଥା ବଲ୍ଲଭ ଘର, ଟୁଣିଆ ମହଲ ଏବଂ ରୋଷଘର ଆନେକ୍ସି ନିର୍ମାଣ କାର୍ୟ୍ୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ଜଗନ୍ନାଥ ବଲ୍ଲଭ ପିଲଗ୍ରିମ୍ ସେଣ୍ଟର ଏବଂ ବାସେଳି ସାହି ଧର୍ମଶାଳାର ବକେୟା କାର୍ୟ୍ୟମାନଙ୍କ ଅଗ୍ରଗତିର ସମୀକ୍ଷା କରିଥିଲେ। ଓବିସିସି ପକ୍ଷରୁ ଏହି କାର୍ୟ୍ୟଗୁଡ଼ିକୁ ଶୀଘ୍ର ସମାପ୍ତ କରାଯିବ ବୋଲି ଆଶ୍ୱାସନା ଦିଆଯାଇଛି।

    ଏହା ସହିତ ଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ ଓ ମାଟିତୋଟାରେ ଆଦର୍ଶ ଗୁରୁକୁଳ ପାଇଁ ପ୍ରସ୍ତାବିତ ପ୍ରକଳ୍ପ ସ୍ଥଳଗୁଡ଼ିକରେ ଶୀଘ୍ର ବାଉଣ୍ଡାରୀ ବାଡ଼ ଲଗାଇବାକୁ ବି ନିଷ୍ପତ୍ତି ହୋଇଛି। ଆସନ୍ତା ସପ୍ତାହରେ ଗଜପତି ମହାରାଜ ଏବଂ ଅନ୍ୟାନ୍ୟ ବୈଷୟିକ କମିଟି ସଦସ୍ୟ ଏହି କାର୍ୟ୍ୟ ଗୁଡ଼ିକର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook