Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମହାପ୍ରଭୁ ରାତି ଅନିଦ୍ରା

    Share on :
    ajab-Image
    Date: Mar 2, 2026    Views: 2464

    ପୁରୀ: ଦୁଇ ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବହୁ ବିଳମ୍ବରେ ଚାଲିଛି। ସ୍ଥିତି ଏଭଳି ହୋଇଛି ଶନିବାର ରାତିରେ ପହୁଡ଼ ହୋଇ ନଥିବାରୁ ଶ୍ରୀଜୀଉ ଅନିଦ୍ରା ରହିଛନ୍ତି। ଶୁକ୍ରବାର ବିଳମ୍ବରେ ଅର୍ଥାତ ଭୋର ୪.୩୦ରେ ପହୁଡ଼ ପଡ଼ିବା ସହ ଦ୍ୱାରଫିଟା ନୀତି ୭ଟାରେ ହୋଇଥିଲା। ଏଥିପାଇଁ ହଜାର ହଜାର ଭକ୍ତ ଭୋର ସମୟରେ ଘଣ୍ଟା ଘଣ୍ଟା ଧରି ଅସମ୍ଭାଳ ଭିଡ଼ରେ ଦର୍ଶନ ପାଇଁ ଅପେକ୍ଷା କରି ରହିଥିଲେ। ଏନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
    ଶ୍ରୀମନ୍ଦିର ସ୍ୱତ୍ବଲିପି ମୁତାବକ, ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ସୂ‌େ‌ର୍ୟ୍ୟାଦୟ ପୂର୍ବରୁ ହୋଇଥାଏ। ହେଲେ ଗତ ୨ଦିନ ହେଲା ଶ୍ରୀମନ୍ଦିରରେ ନୀତିକାନ୍ତିରେ ବହୁ ବିଳମ୍ବ ହେଉଛି। ଏଥିସହ ଦ୍ୱାରଫିଟା ନୀତି ବିଳମ୍ବ ଯୋଗୁଁ ହଜାର ହଜାର ଭକ୍ତଙ୍କ ଶ୍ରୀମନ୍ଦିର ସାମ୍ନାରେ ଭିଡ଼ ପରିଲକ୍ଷିତ ହେଉଛି। ଶୁକ୍ରବାର ନୀତି ବହୁଳ ଯୋଗୁଁ ପହୁଡ଼ ଭୋର ୪ଟା ୩୦ରେ ହୋଇଥିବା ବେଳେ ଶନିବାର ପହୁଡ଼ ହୋଇ ନ ଥିଲା। ଶନିବାର ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ବିଳମ୍ବିତ ରାତି ୨ଟା ୩୫ରେ ଶେଷ ହୋଇଥିଲା। ନୀତି ବିଳମ୍ବ ଜାରି ରହିବା ସହ ବଡ଼ସିଂହାର ବେଶ ଭୋର ୪ଟା ୩୦ରେ ଶେଷ ହୋଇଥିଲା। ମହାପ୍ରଭୁ ରାତି ସାରା ଅନିଦ୍ରା ହୋଇ ରହିଥିଲେ। ରାତ୍ର ପହୁଡ଼ ହୋଇ ନ ଥିଲା। ଫଳରେ ରବିବାର ଦ୍ୱାରଫିଟା ନୀତି ନ ହୋଇ ମଙ୍ଗଳ ଆଳତି ସକାଳ ୫ଟା ୫୦ରେ ହୋଇଥିଲା। ଏଥିପାଇଁ ଆଜି ମଧ୍ୟ ଶ୍ରୀମନ୍ଦିର ନୀତିରେ ବିଳମ୍ବ ହୋଇଛି। ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook