Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଜିଠୁ ଶ୍ରୀମନ୍ଦିର​‌ରେ ଦୋଳୋତ୍ସବ ନୀତି

    Share on :
    ajab-Image
    Date: Feb 26, 2026    Views: 3253

    ପୁରୀ,: ବଡ଼ଦେଉଳରେ ଫଗୁ ଦଶମୀରୁ ମହାପ୍ରଭୁଙ୍କ ଦୋଳ ମହୋତ୍ସବ ଆରମ୍ଭ ହେବ । ଏହି ଅବସରରେ ଠାକୁରଙ୍କ ଚାଚେରୀ ବେଶ ଓ ଚାଚେରୀ ଭୋଗ ହେବ । ଦାରୁଦିଅଁମାନେ ଲାଲ୍ ବସ୍ତ୍ର ପରିଧାନ କରି ବହୁମୂଲ୍ୟ ଅଳଙ୍କାରରେ ଭୂଷିତ ହେବେ । ଏହି ବେଶରେ ଠାକୁର ଠାକୁରାଣୀଙ୍କୁ ଝିମିରି ଫଗୁ ଲାଗି କରାଯିବ । ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଜଗନ୍ନାଥବଲ୍ଲଭ ମଠରେ ବିଜେ ହେବେ । ସେଠାରେ ଦୋଳତ୍ସୋବ ନୀତି ପାଳନ ହେବ । ଶ୍ରୀମନ୍ଦିର, ବଡ଼ଦାଣ୍ଡ ଓ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଭକ୍ତଙ୍କ ଭିଡ଼ ଲାଗିବ । ଅବିର ରଙ୍ଗରେ ଏକାକାର ହେବେ ଭଗବାନ ଓ ଭକ୍ତ ।
    ଫଗୁଦଶମୀରେ ମଧ୍ୟାହ୍ନ ଧୂପ ପରେ ଠାକୁରଙ୍କ ବିଶେଷ ନୀତି ଅନୁଷ୍ଠିତ ହେବ । ତିନି ବାଡ଼ରେ ଝିମିରି ଫଗୁ ଅଞ୍ଜଳି କରାଯିବ । ବଡ଼ଦାଣ୍ଡସ୍ଥିତ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ମଧ୍ୟ ଦେବଦେବୀଙ୍କ ଫଲ୍‌ଗୁ ଅଞ୍ଜଳି, ପ୍ରସାଦ ଲାଗି, ବନ୍ଦାପନା, ଚାମର ଓ ପନ୍ତି ଭୋଗ ଅର୍ପଣ ନୀତି ସମ୍ପାଦନ ହେବ । ବିମାନବଡ଼ୁ ସେବକମାନେ ସୁସଜ୍ଜିତ ବିମାନରେ ଠାକୁରଙ୍କୁ ନେଇ ବଡ଼ଦାଣ୍ଡସ୍ଥିତ ଜଗନ୍ନାଥ ବଲ୍ଲଭ ମଠରେ ବିଜେ ହେବେ । ଦଶମୀ ତିଥିଠାରୁ ତ୍ରୟୋଦଶୀ ପର୍ୟ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଚାଚେରୀ ବେଶ ଓ ଭୋଗ, ଫଲ୍ଗୁ ଅଞ୍ଜଳି ପ୍ରଦାନ ଓ ଜଗନ୍ନାଥ ବଲ୍ଲଭ ମଠକୁ ଯାତ୍ରା ବିଧି ଅନୁଷ୍ଠିତ ହୋଇଥାଏ । ସିନ୍ଦୁର, ମୁଥା, ଅଙ୍କରାନ୍ତି, ଶତାବରୀ, ପାଳୁଅର ସମ୍ମିଶ୍ରଣରେ ଠାକୁରଙ୍କ ଝିମିରି ଫଗୁ ପ୍ରସ୍ତୁତ ହୋଇଥାଏ

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook