Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଦୋଳ ପୂର୍ଣ୍ଣିମାରେ ରାତି ୮ଟାରୁ ୯ଟା ମଧ୍ୟରେ ସୁନାବେଶ

    Share on :
    ajab-Image
    Date: Feb 25, 2026    Views: 3210

    ପୁରୀ: ଶ୍ରୀମନ୍ଦିର କାର୍ୟ୍ୟାଳୟରେ ବସିଥିବା ଛତିଶା ନିଯୋଗ ବୈଠକ ଶେଷ । ଦୋଳ ପୂର୍ଣ୍ଣିମାରେ ରାତି ୮ଟାରୁ ୯ ମଧ୍ୟରେ ସୁନାବେଶ ଅନୁଷ୍ଠିତ ହେବ । ଏହାସହ ମାର୍ଚ୍ଚ ୧ ଓ ୨ ତାରିଖରେ ଭିତର କାଠ ଦର୍ଶନ ବନ୍ଦ ରହିବ। ବୈଠକ ସରିବା ପରେ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

    ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ । ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ମାର୍ଚ୍ଚ ୩ତାରିଖ ରାତି ୮ରୁ ସାଢେ ୯ଟା ମଧ୍ୟରେ ମହାପ୍ରଭୁଙ୍କ ସୁନା ବେଶ ଅନୁଷ୍ଠିତ ହେବ । ରାତ୍ରି ଗୋଟାଏରୁ ଦ୍ଵାର ଫିଟା ଯାଇ ବିଭିନ୍ନ ନୀତିକାନ୍ତି ହେବ। ସକାଳ ୬ଟା ସୁଦ୍ଧା ଠାକୁରମାନେ ବିମାନରେ ବିଜେ କରିବେ । ଚଳିତ ବର୍ଷ ଭକ୍ତ ମନେ ମହାପ୍ରଭୁଙ୍କ ସୁନା ବେଶ ଦିନ ପରିବର୍ତ୍ତେ ରାତିରେ ଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ମାର୍ଚ୍ଚ ୧ ଓ ୨ ତାରିଖରେ ଶୃଙ୍ଖଳିତ ଦର୍ଶନ ନୀତି ଲାଗି ହେବ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook