Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

    Share on :
    ajab-Image
    Date: Jan 23, 2026    Views: 2638

    ପୁରୀ: ଆଜି ପବିତ୍ର ବସନ୍ତ ପଞ୍ଚମୀ।  ଶ୍ରୀପଞ୍ଚମୀ ତଥା ମା’ ସରସ୍ୱତୀ ପୂଜାରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପରମ୍ପରା କ୍ରମେ ରଥକାଠ ଅନୁକୂଳ ହେବ । ରଥ ନିର୍ମାଣ ପ୍ରକ୍ରିୟାର ଏହା ଏକ ବିଶେଷ ପର୍ବ । ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖସ୍ଥ ବଡ଼ଦାଣ୍ଡ ରଥଖଳାରେ ୩ ଖଣ୍ଡ ଧଉରା କାଠ ପୂଜାର୍ଚ୍ଚନା ହେବ ।

    ପ୍ରଥମେ ଚୁନପାଣି ପକାଇ ରଥଖଳାକୁ ପବିତ୍ର କରାଯିବ । ପରେ କାଠ ୩ଟିର ମାଜଣା ହେବ । ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତ ବିଧିମତେ କାଠ ତ୍ରୟର ପୂଜାର୍ଚ୍ଚନା କରିବେ । ଏଥିରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ପାଇଁ ଗୁଜ ଅନୁକୂଳ ହେବ । ପବିତ୍ର ଶ୍ରୀପଞ୍ଚମୀଠାରୁ ରଥ ନିର୍ମାଣ ପାଇଁ ପ୍ରସ୍ତୁତି ଜୋର୍ଦାର ହୁଏ । ରଥ ନିର୍ମାଣ ପର୍ଯ୍ୟାୟକ୍ରମେ ଆସନ୍ତା ରାମନବମୀରେ ରଥ କାଠ ଚିରଟ ଓ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ ଅନୁକୂଳ ହେବ ।

    Maximum 500 characters

    ତାଜା ଖବର View all

    Find Us on Facebook