Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ରାତିରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଦ୍ମ ବେଶ

    Share on :
    ajab-Image
    Date: Jan 21, 2026    Views: 2667

    ପୁରୀ : ଆଜି ରାତିରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଦ୍ମ ବେଶ ଅନୁଷ୍ଠିତ ହେବ। ଏହି ବେଶରେ ବଡସିଂହାର ହୋଇ ଦିଅଁ ପହୁଡିବେ। ସାଧାରଣ ଭକ୍ତମାନେ କାଲି ସକାଳୁ ଏହି ଦିବ୍ୟ ବେଶ ଦର୍ଶନ କରିବେ। ମାଘ ଅମାବାସ୍ୟା ପରେ ବସନ୍ତ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧବାର ବା ଶନିବାର ଦିନ ଯେଉଁ ବେଶ ଅନୁଷ୍ଠିତ ହୋଇଥାଏ ତାକୁ ପଦ୍ମ ବେଶ କୁହାଯାଏ । ବର୍ଷକରେ କେବଳ ଏହି ଗୋଟିଏ ଦିନ ମହାପ୍ରଭୁ ପଦ୍ମବେଶରେ ହିଁ ପହୁଡ଼ ଯାଆନ୍ତି । କେତେକ ଗବେଷକଙ୍କ ମତରେ ଏହି ବେଶର ପ୍ରବର୍ତକ ହେଉଛନ୍ତି ବଡ଼ଛତା ମଠର ସନ୍ଥ ରଘୁବର ଦସ (ଶପ୍ତଦଶ ଶତାବ୍ଦୀ) ।
    ଶ୍ରୀଜୀଉଙ୍କ ମୁଖପଦ୍ମ ସହିତ ପଦ୍ମ ପାଖୁଡ଼ା, ବେତ ନିର୍ମିତ ଓ ସୋଲ ପଦ୍ମ ଖଚିତ ଏକ ତ୍ରିକୋଣର ଟାହିଆ ମଧ୍ୟ ଲାଗି କରାଯାଏ । ଶ୍ରୀଭୁଜରେ ପଦ୍ମକଳିକା ଲାଗି ହୁଏ । ସେଥିରୁ ଝୁଲି ଦୁଇ ତିନି ଖଣ୍ଡ ହୋଇ ପଦ୍ମ ନାଡ଼ ଶ୍ରୀମୁଖ କମଳରୁ ନିମ୍ନକୁ ଲମ୍ବି ଥାଏ । ଯଥା ସ୍ଥାନରେ ଶୋଭାପାଏ ପତ୍ରରାଜି । ଜଳାଶୟର ସୂଚନା ସହିତ ସିଂହାସନ ଉପରେ ଦୁଇପଟେ ଦେଖାଯାଆନ୍ତି ସନ୍ତରଣ ହଂସ, କରରେ କରପଲ୍ଲବ, ହୃଦୟରେ ହୃଦପଦକ, ଶ୍ରୀପୟର ମାଳା, ଫୁଲଝୁମ୍ପା, ଫୁଲର ଚିତା ମଧ୍ୟ ଭୂଷଣ ରୂପେ ତାଙ୍କୁ ଲାଗି କରାଯାଏ । ମଠଦ୍ଵାରା ପ୍ରଦତ୍ତ ଭୋଗ ଦ୍ରବ୍ୟରେ କ୍ଷୀରି ଓ ଅମାଲୁ ରୋଷଘରର ଚୁଲିରେ ପ୍ରସ୍ତୁତ ହୋଇ ଭୋଗ କରାଯାଏ । ବଡ଼ସିଂହାରର ପଦ୍ମବେଶରେ ମହାପ୍ରଭୁ ସାରାରାତି ରହନ୍ତି । ମା' ସୁଭଦ୍ରା ମଧ୍ୟ ପଦ୍ମବେଶରେ ଭୂଷିତ ହୁଅନ୍ତି ! ସୋଲରେ ନିର୍ମିତ ଚାରି ଗୋଟି ହଂସ ରତ୍ନସିଂହାସନ ମଣ୍ଡନ କରନ୍ତି । ଶନିବାର କଳାଘୋଡ଼ ଉପରେ ଧଳା ସୋଲ ପଦ୍ମ ସୁନ୍ଦର ଦିଶିବା ପାଇଁ ବା ବୁଧବାର ସବୁଜ ରଙ୍ଗର ଘୋଡ଼ ଉପରେ ଧଳାପଦ୍ମ ସୁନ୍ଦର ଦିଶିବ ବୋଲି ଘୋଡ଼ ଥାଉ ଥାଉ (ବସନ୍ତ ପଞ୍ଚମୀରେ ଘୋଡ଼ ଶେଷ ହୋଇ ଜାମା ବେଶ ହୁଏ) ଏହା ମାଘ ପଞ୍ଚମୀ ପୂର୍ବରୁ କରାଯାଉଛି। ଶୀତଦିନେ ପଦ୍ମଫୁଲ ମିଳୁ ନ ଥିବାରୁ ସୋଲ ତିଆରି ପଦ୍ମଫୁଲରେ ୩୦୦ ବର୍ଷ ହେବ ପଦ୍ମବେଶ ହେଉଥିଲା !

    Maximum 500 characters

    ତାଜା ଖବର View all

    Find Us on Facebook