ମୁଖ୍ୟ ଖବର
ପୁରୀ: ବର୍ଷ ଆରମ୍ଭରୁ ଶ୍ରୀମନ୍ଦିର ଭିତର ଫଟୋ ପୁଣି ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ମୋହିତ ନାମକ ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଆନନ୍ଦ ବଜାର ଫଟୋ ନିଜ ଇନଷ୍ଟାଗ୍ରାମ୍ ଆଇଡିରେ ଅପଲୋଡ଼ କରି ପ୍ରଘଟ କରିଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ଆନନ୍ଦ ବଜାର ନିକଟରେ ଛିଡ଼ା ହୋଇ ଯୁବକଜଣକ ଫଟୋ ଉଠାଇଥିବା ଅନୁମାନ କରାଯାଉଛି।
ଫଟୋ ପ୍ରଘଟ ଘଟଣାକୁ ନେଇ ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ କହିଛନ୍ତି, ଘଟଣାର ତଦନ୍ତ କରାଯାଉଛି। ଫଟୋ ଯାଞ୍ଚ କରାଯିବା ପରେ ଶ୍ରୀମନ୍ଦିର ଆଇନ ଅନୁସାରେ ଫଟୋ ପ୍ରଘଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସାଇବର ସେଲ୍ ସହ ଯୋଗାଯୋଗ କରାଯାଉଛି।
Comments ସମସ୍ତ ମତାମତ