Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି ପ୍ରସଙ୍ଗରେ ମୁଖ୍ୟ ପ୍ରଶାସକଙ୍କ ସ୍ପଷ୍ଟୀକରଣ

    Share on :
    ajab-Image
    Date: Dec 31, 2025    Views: 3070

    ପୁରୀ; ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି । ଜଗନ୍ନାଥଙ୍କ ସ୍ଥାନରେ ବଳଭଦ୍ର ଓ ବଡ଼ଠାକୁରଙ୍କ ଜାଗାରେ ଜଗାକୁ ନେଇ ଜଗନ୍ନାଥପ୍ରେମୀ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢୀ । ଏହା ଏକ ପୁରୁଣା ତାଳପତ୍ର ଚିତ୍ର ଯାହା ଶିଳ୍ପୀଙ୍କ କିଏଟିଭିଟି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

    ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରକାଶିତ କ୍ୟାଲେଣ୍ଡର ତ୍ରୁଟି ସମ୍ପର୍କରେ ସ୍ପଷ୍ଟୀକରଣ ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, '' ଏହା ଏକ ତାଳପତ୍ର ଚିତ୍ର । ଯାହାକି ୩୦୦/୪୦୦ ବର୍ଷ ପୁରାତନ । ଶିଳ୍ପୀଙ୍କ ଦ୍ଵାରା ପ୍ରଦତ୍ତ ଚିତ୍ରକୁ କେବଳ କ୍ୟାଲେଣ୍ଡରରେ ସ୍ଥାନିତ କରାଯାଇଛି । ଏ ଚିତ୍ରଟି ଶିଳ୍ପୀଙ୍କ କ୍ରିଏଟିଭିଟି ।'' ଛପା ଯାଇଥିବା କ୍ୟାଲେଣ୍ଡରକୁ ପୁନଃ ପ୍ରକାଶିତ କରାଯିବ ନା ନାହିଁ ସେ ସମ୍ପର୍କରେ କୌଣସି ଉତ୍ତର ରଖିନାହାନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

    ​​​​​​​ଅନ୍ୟପଟେ କ୍ୟାଲେଣ୍ଡରରେ ଜଗନ୍ନାଥଙ୍କ ସ୍ଥାନରେ ବଳଭଦ୍ର ଓ ବଳଭଦ୍ରଙ୍କ ସ୍ଥାନରେ ଜଗନ୍ନାଥ ରହିବା ନେଇ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ''ମୋ ନଜରକୁ ଆସିବା ପରେ ଘଟଣା ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହିତ କଥା ହୋଇଛି । କ୍ୟାଲେଣ୍ଡରରେ ଯେଉଁ ଫୋଟୋରେ ତ୍ରୁଟି ରହିଛି ସେ ନେଇ ତର୍ଜମା କରାଯାଉଛି । ଯଦି ତ୍ରୁଟି ବିଚ୍ୟୁତି ଥିବ ତାହାର ସଂଶୋଧନ କରାଯିବ । ''

     

    ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି ! ଶ୍ରୀଜଗନ୍ନାଥ ମନ୍ଦିର କାର୍ୟ୍ୟାଳୟ ପକ୍ଷରୁ ଇଂରାଜୀ ନୂଆବର୍ଷ ନିମନ୍ତେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଟେବୁଲ କ୍ୟାଲେଣ୍ଡର, ୱାଲ କ୍ୟାଲେଣ୍ଡର ଓ ଡାଏରୀ ତିଆରି କରାଯାଇଛି । କ୍ୟାଲେଣ୍ଡରକୁ ବିକ୍ରି ନିମନ୍ତେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଇଛି । ଏହି କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟିକୁ ଦେଖି ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି । କ୍ୟାଲେଣ୍ଡରରେ ରହିଥିବା ଫଟୋରେ ଜଗନ୍ନାଥଙ୍କ ସ୍ଥାନରେ ବଳଭଦ୍ର ଓ ବଳଭଦ୍ରଙ୍କ ସ୍ଥାନରେ ଜଗନ୍ନାଥଙ୍କ ଚିତ୍ର ରହିଛି । ପଟଚ୍ଚିତ୍ରରେ ଅଙ୍କା ଯାଇଥିବା ଚିତ୍ରର ଫଟୋକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କ୍ୟାଲେଣ୍ଡରରେ ଛପା ଯାଇଛି ।  ସେହିପରି ମହାପ୍ରଭୁଙ୍କ ରଥଯାତ୍ରା ସମୟର ଏକ ଫଟୋ ଏଥିରେ ରହିଥିବା ବେଳେ ଦେବୀ ସୁଭଦ୍ରାଙ୍କ ରଥ ପ୍ରଥମେ, ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଓ ଶେଷରେ ବଡ଼ଠାକୁରଙ୍କ ରଥ ଟଣା ଯାଇଥିବା ଚିତ୍ର ରଖାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook