Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୁଣି ଭାଇରାଲ ଶ୍ରୀମନ୍ଦିର ଫଟୋ

    Share on :
    ajab-Image
    Date: Dec 22, 2025    Views: 2810

    ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଫଟୋ । ଡ୍ରୋନ୍ ଦ୍ବାରା ନିଆଯାଇଥିବା ଶ୍ରୀମନ୍ଦିରର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ ସଂସ୍ଥା ଏହି ଡ୍ରୋନ୍‌ ଫଟୋ ପୋଷ୍ଟ କରିଛି ।

    ଫେସବୁକରେ ଅପଲୋଡ ହୋଇଥିବା ଏହି ଫଟୋକୁ ଅନେକ ଲୋକ ସେୟାର ଏବଂ ରିପୋଷ୍ଟ ମଧ୍ୟ କରିଛନ୍ତି ।‌ ତେବେ ଶ୍ରୀମନ୍ଦିର ଉପରୁ ଡ୍ରୋନ୍ ମାଧ୍ୟମରେ ଏହି ଫଟୋ କିଭଳି ନିଆଗଲା ସେନେଇ ପ୍ରଶ୍ନ ଉଠିଛି । ଫଟୋରେ କୁରମ ବେଢା ଭିତରେ ଥିବା ବଡ଼ଦେଉଳ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବା ଦେବୀଙ୍କ ମନ୍ଦିର ଦେଖାଯାଉଛି । ମେଘନାଦ ପାଚେରୀ ଭିତରେ ଥିବା ଅନ୍ୟାନ୍ୟ ଐତିହ୍ୟ ଓ ମନ୍ଦିର ମଧ୍ୟ ଫଟୋରେ ଦେଖାଯାଉଛି ।

    ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ୍‌ ଘୋଷଣା କରାଯାଇଥିବା ବେଳେ ଡ୍ରୋନ୍ ମାଧ୍ୟମରେ ଶ୍ରୀମନ୍ଦିର ଉପରୁ ଫଟୋ ଓ ଭିଡିଓ କିଭଳି ଉତ୍ତୋଳନ କରାଗଲା ତାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook