Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ଛତିଶା ନିଯୋଗ ବୈଠକ

    Share on :
    ajab-Image
    Date: Dec 12, 2025    Views: 3705

    ପୁରୀ: ଶ୍ରୀମନ୍ଦିରରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପହିଲି ଭୋଗ । ଏହି ପହିଲି ଭୋଗ ନୀତି ନିର୍ଦ୍ଧାରିତ ସମୟରେ ସମ୍ପାଦନ କରିବା ନିମନ୍ତେ ଶୁକ୍ରବାର ଛତିଶା ନିଯୋଗ ବୈଠକ ବସିବାକୁ ଯାଉଛି । ଶ୍ରୀମନ୍ଦିର କାର୍ୟ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅପରାହ୍ଣ ୫ଟାରେ ବସିବ ।

    ଆସନ୍ତା ୧୬ ତାରିଖରୁ ଜାନୁଆରୀ ୧୩ ତାରିଖ ପର୍ୟ୍ୟନ୍ତ ପହିଲି ଭୋଗ ନୀତି ନିର୍ଘଣ୍ଟ ଅନୁମୋଦନ, ଜାନୁଆରୀ ୩ ରେ ଦେବାଭିଷେକ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଓ ୧୪ ଜାନୁଆରୀରେ ମକର ସଂକ୍ରାନ୍ତି ନୀତି ନିର୍ଘଣ୍ଟ ନେଇ ଆଲୋଚନା ହେବ । ଛତିଶା ନିଯୋଗ ଚୂଡ଼ାନ୍ତ ନିଷ୍ପତ୍ତିକୁ ଅନୁମୋଦନ କରିବ ।

    Maximum 500 characters

    ତାଜା ଖବର View all

    Find Us on Facebook