Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସବୁ ସେବାୟତ ନିଯୋଗର ସଭାପତି ଓ ସଂପାଦକଙ୍କୁ ନୋଟିସ୍‌

    Share on :
    ajab-Image
    Date: May 3, 2025    Views: 3160

    ଭୁବନେଶ୍ବର: ପଶ୍ଚିମବଙ୍ଗର ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଲା ପରେ ଏହି ସ୍ଥାନକୁ ଜଗନ୍ନାଥଧାମ ନାମକରଣ କରିବାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ସରକାର, ସାଧାରଣ ଜନତା, ଭକ୍ତ ମହଲରେ ଚର୍ଚ୍ଚା ହେଉଛି। ତେବେ ଏସବୁ ଚର୍ଚ୍ଚା ମଧ୍ୟରେ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ପକ୍ଷରୁ ସବୁ ସେବାୟତ ନିଯୋଗର ସଭାପତି ଓ ସଂପାଦକଙ୍କୁ ନୋଟିସ୍‌ ଜାରି ହୋଇଛି। ଏଥିରେ କୁହାଯାଇଛି ଯେ, ଦୀଘାଠାରେ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ନେଇ ଦ୍ବନ୍ଦାତ୍ମକ ତଥ୍ୟ ପାଇଁ ମେ’ ୪ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଲିଖିତ ଭାବେ ଜଣାନ୍ତୁ। 
    ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଛତିଶାନିଯୋଗ ପରାମର୍ଶ ଦେଇଛି। ଜଗନ୍ନାଥ ଧାମ ଦୀଘା ଘୋଷଣା ସଂପୂର୍ଣ୍ଣ ନିନ୍ଦନୀୟ ‌ବୋଲି କହିଛି। ଜଗନ୍ନାଥ ଧାମ ଦୀଘା ଶଦ୍ଦ ପ୍ରତ୍ୟାହାର ପାଇଁ ଅନୁରୋଧ କରାଯାଉ। ଏନେଇ ରାଜ୍ୟ ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ଅନୁରୋଧ କରନ୍ତୁ। ଆବଶ୍ୟକ ହେଲେ ଆଇନ୍‌ର ପରାମର୍ଶ ନିଅନ୍ତୁ। ଦାରୁର ବଳକା ଅଂଶ କୋଇଲି ବୈକୁଣ୍ଠରେ ରହି ଆସୁଥିଲା। କିନ୍ତୁ ଗତ ନବକଳେବର-୨୦୧୫ର ବଳକା ଦାରୁ ଗୋଟିଏ ନିଯୋଗ ଦାୟିତ୍ବରେ ଥି‌ଲା। ବଳକା ଦାରୁରେ ଅନ୍ୟ ଜଗନ୍ନାଥ ମୂର୍ତ୍ତି ନିର୍ମାଣ ସଂପୂର୍ଣ୍ଣ ଅନୁଚିତ। ଶ୍ରୀମନ୍ଦିର ପ୍ରଶାସନ ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଅନ୍ତୁ। 

    Maximum 500 characters

    ତାଜା ଖବର View all

    Find Us on Facebook