Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ

    Share on :
    ajab-Image
    Date: Nov 20, 2023    Views: 3551

    ପୁରୀ: ଧର୍ମମାସ କାର୍ତ୍ତିକରେ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି । ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ବ୍ୟାରିକେଟ୍ ବାହାରେ ବଡ଼ଦାଣ୍ଡରେ ଲମ୍ବା ଲାଇନ ଲାଗିଛି । ସିଂହଦ୍ୱାର ଠାରୁ ମାର୍କେଟ ଛକ ଯାଏଁ ଲାଗିଛି ଲମ୍ବା ଲାଇନ୍ । ଶୃଂଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇଛନ୍ତି ଶତାଧିକ ଶ୍ରଦ୍ଧାଳୁ ।

    ଏପରି ସ୍ଥିତି ଗତ କିଛି ଦିନ ହେବ ଲାଗିଥିବା ବେଳେ ଠେଲାପେଲା ପରିସ୍ଥିତି ବି ଉପୁଜିଥିଲା। ତଥାପି ପରିସ୍ଥିତି ସୁଧୁରିନି। ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ।

    ଆଜି କାର୍ତ୍ତିକ ମାସ ଶେଷ ସୋମବାର ହୋଇଥିବା ବେଳେ ଶ୍ରୀମନ୍ଦିର ସମ୍ମୁଖ ବଡ଼ଦାଣ୍ଡରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ସକାଳୁ ଆସିଥିବା ଭକ୍ତ ଦିନ ୧୦ଟା ଯାଏ ଲାଇନ୍‌ରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ସିଂହଦ୍ୱାର ସମ୍ମୁଖରୁ ମାର୍କେଟ ଛକ ଯାଏଁ ଲୋକେ ଗୋଟେ ପରେ ଗୋଟେ ବ୍ୟାରିକେଡରେ ରହିଛନ୍ତି। ପୁରୁଷ, ମହିଳା, ବୟସ୍କ, ଛୁଆ ସମସ୍ତେ ଏହି ଭିଡ଼ରେ ଫସିଛନ୍ତି।

    ଆଜି ଗୋଟିଏ ଦିନ ନୁହେଁ ମାସ ମାସ ଧରି ଏମିତି ଭିଡ଼ ହେଉଥିବା ସତ୍ତ୍ୱେ କାହାର ଯେପରି ଏଥିପ୍ରତି ନିଘା ନାହିଁ। ଶ୍ରୀମନ୍ଦିରରେ ଏବେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ। ଶ୍ରୀମନ୍ଦିର ପରିକ୍ରମ ପ୍ରକଳ୍ପ ହେତୁ ଅନ୍ୟ ତିନି ଦ୍ୱାର ବନ୍ଦ ଥିବାରୁ ଏପରି ସ୍ଥିତି ଉପୁଜୁଥିବା କୁହାଯାଉଛି।

    Maximum 500 characters

    ତାଜା ଖବର View all

    Find Us on Facebook